ସୁସ୍ଥଙ୍କ ସଂଖ୍ୟା ୭୦ ହଜାର ଟପିଲା, ଆଜି ସୁସ୍ଥ ହେଲେ ୨୮୮୮ କରୋନା ଆକ୍ରାନ୍ତ
ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ହେଲା ୭୦ ହଜାର ୭୧୪
ଭୁବନେଶ୍ୱର: କରୋନା ଭାଇରସ୍ରେ ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ଆଜି ରାଜ୍ୟର ୨୯ଟି ଜିଲ୍ଲାରୁ ୨୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୭୧୪ରେ ପହଂଚିଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାୟଗଡ଼ା ଜିଲ୍ଲାରୁ ଆଜି ସର୍ବାଧିକ ୪୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୪୧୦, ଗଂଜାମରୁ ୨୧୭, କଟକରୁ ୧୮୯, ବଲାଙ୍ଗୀରରୁ ୧୭୩, କୋରାପୁଟରୁ ୧୫୧, ମୟୂରଭଂଜରୁ ୧୪୪, ନୟାଗଡ଼ରୁ ୧୩୮, ପୁରୀରୁ ୧୩୪, ବାଲେଶ୍ୱରରୁ ୧୨୩ ଓ ସମ୍ବଲପୁରରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 2888 #COVID19 patients have recovered and are being discharged on 29.08.2020
487 from Rayagada
410 from Khordha
217 from Ganjam
189 from Cuttack
173 from Bolangir
151 from Koraput
144 from Mayurbhanj
138 from Nayagarh
134 from Puri
123 from Baleswar
117 from Sambalpur— H & FW Dept Odisha (@HFWOdisha) August 29, 2020
ସେହିପରି ମୟୂରଭଂଜ ଜିଲ୍ଲାରୁ ୮୧ ଜଣ, ସୁନ୍ଦରଗଡ଼ରୁ ୭୮ ଜଣ, ନବରଂଗପୁରରୁ ୫୬ ଜଣ, ଝାରସୁଗୁଡ଼ାରୁ ୫୫ ଜଣ, ଭଦ୍ରକରୁ ୫୨ ଜଣ, ବରଗଡ଼ରୁ ୫୧ ଜଣ, ଜଗତସିଂହପୁରରୁ ୩୫ ଜଣ, ଢେଙ୍କାନାଳରୁ ୩୪ ଜଣ, କଳାହାଣ୍ଡିରୁ ୩୩ ଜଣ, ଗଜପତିରୁ ୩୦ ଜଣ, କେନ୍ଦୁଝରରୁ ୨୯ ଜଣ, କନ୍ଧମାଳରୁ ୨୧ ଜଣ, ସୁବର୍ଣ୍ଣପୁରରୁ ୧୫ ଜଣ, କେନ୍ଦ୍ରାପଡ଼ାରୁ ୧୪ ଜଣ, ବୌଦ୍ଧରୁ ୧୦ ଜଣ, ଅନୁଗୁଳ, ଯାଜପୁରରୁ ୫-୫ ଜଣ ଓ ଦେବଗଣରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
5 from Anugul
5 from Jajapur
1 from DeogarhThe total recovered cases of Odisha now stand at 70714.
— H & FW Dept Odisha (@HFWOdisha) August 29, 2020
ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୧୬ ଲକ୍ଷ ୭୦ ହଜାର ୯୧୦ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି। ଏଥିରୁ ଏଯାଏଁ ୯୭ ହଜାର ୯୧୦ଟି ନମୁନା ରିପୋର୍ଟ ପଜିଟିଭ ଆସିଛି। ମୋଟ ୭୦ ହଜାର ୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪୭୦ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏବେ ୨୬ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।