ଭୁବନେଶ୍ୱର: ରାଜ୍ୟବାସୀଙ୍କ ଲାଗି ଖୁସି ଖବର। ସାଧାରଣ ଭାବେ ଅଧିକାଂଶ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା କମ୍ ରହିଥାଏ। ମାତ୍ର ଆଜି ସକାଳେ ରାଜ୍ୟରେ ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୮୪ ଜଣ ସୁସ୍ଥ ହୋଇଥିବା ଖବର ଆସିଛି। ଏହାଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୭୩୩ରେ ପହଞ୍ଚିଛି।
ରାଜ୍ୟରେ ମଙ୍ଗଳବାର ମୋଟ ୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ସୁସ୍ଥ ହୋଇଥିବା ୮୪ଜଣ କରୋନା ଆକ୍ରାନ୍ତ ମଧ୍ୟରେ ଗଞ୍ଜାମରୁ ୨୪ଜଣ, ଯାଜପୁରରୁ ୧୮ଜଣ, ବାଲେଶ୍ୱରରୁ ୧୧ଜଣ, କଟକରୁ ୭ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ଖୋର୍ଦ୍ଧାରୁ ୪ଜଣ, ପୁରୀରୁ ୪ଜଣ, ନୟାଗଡ଼ରୁ ୨ଜଣ, ମୟୁରଭଞ୍ଜରୁ ୨ଜଣ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ସମସ୍ତ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କର ଦୁଇ ଦୁଇ ଥର କୋଭିଡ-୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହାପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲ୍ରୁ ଛୁଟି ଦିଆଯାଇଛି।
Another 84 Covid patients have recovered and are being discharged.
24 are from Ganjam
18 from Jajpur
11 from Balasore
7 from Cuttack
6 from Bhadrak
5 from Kendrapara
4 each from Khordha and Puri
2 each from Nayagarh and Mayurbhanj, and
1 from Sundargarh.— H & FW Dept Odisha (@HFWOdisha) May 26, 2020
ରାଜ୍ୟରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାରି ଭିତରେ ଗୋଟିଏ ଦିନରେ ୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ଖବର ବାସ୍ତବରେ ରାଜ୍ୟ ପାଇଁ ଏକ ଖୁସି ଖବର। ଗତକାଲି ୯୯ ଜଣ ସୁସ୍ଥ ହୋଇଥିଲେ। ଆଜି ୮୪ଜଣ ସୁସ୍ଥ ହେବା କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୭୩୩ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏହାରି ଭିତରେ ସରକାର କରୋନା ସଂକ୍ରମଣକୁ କିପରି ମୁକାବିଲା କରି ହେବ ତାହାକୁ ନେଇ ବିଭିନ୍ନ ପ୍ରକାର କଡ଼ା ପ୍ରକ୍ରିୟାମାନ ଅବଲମ୍ବନ ବି କରୁଛନ୍ତି।
ରାଜ୍ୟରେ ଆଜି ସକାଳେ ପୁଣି ୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୭୧ ସଙ୍ଗରୋଧ କେନ୍ଦ୍ରର ଓ ୮ଜଣ ସ୍ଥାନୀୟ ବ୍ୟକ୍ତି ଥିବା ଜଣାଯାଇଛି। ଆଜି ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାକୁ କରୋନା ଛୁଇଁଲା ପରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।