ଭୁବନେଶ୍ବର: ଆଜିଠାରୁ ନନ୍ଦନକାନନରେ ପୁଣି ଟୟ ଟ୍ରେନ୍ ଚାଲିବ ବୋଲି ଜଣାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୬ ଥର ଟୟ ଟ୍ରେନ୍ ଚାଲିବାକୁ ନିଷ୍ପତ୍ତି ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର  ସକାଳ ୧୦ଟାରୁ ଟୟ ଟ୍ରେନ୍ ଚାଲିବା ଆରମ୍ଭ ହେବ। ଏହାପରେ ପ୍ରତି ଘଣ୍ଟାଏ ବ୍ୟବଧାନରେ ଅର୍ଥାତ୍ ଦିନ ୧୧ଟା, ୧୨ଟା, ୧ଟା, ୨ଟା, ୩ଟା ଓ ଅପରାହ୍ନ ୪ଟାରେ ଚାଲିବ। ଏଥିରେ ମାତ୍ର ୭୨ ଜଣଙ୍କୁ ଯିବା ଲାଗି ସୁଯୋଗ ମିଳିବ।

Advertisment

publive-image wikipedia

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଟ୍ରେନ୍ ଚାଲିବାର ଅଧଘଣ୍ଟା ଆଗରୁ ଟିକେଟ୍ ମିଳିବ। ଏହାକୁ ନେଇ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି।