ଟ୍ରେନ୍‌ ଦୁର୍ଘଟଣା: ୫୮ଟି ଟ୍ରେନ୍‌ ବାତିଲ୍‌, ଆଜି ସନ୍ଧ୍ୟା ସୁଦ୍ଧା ସରିବ ଟ୍ରାକ୍‌ କାମ

ଭୁବନେଶ୍ବର : ଟ୍ରେନ୍‌ ଦୁର୍ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ହାଓଡ଼ା-ଭୁବନେଶ୍ବର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇପାରି ନାହିଁ। ଆଜି ୫୮ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ୮୧ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ଏବଂ ୧୦ଟି ଟ୍ରେନ୍‌କୁ ଆଂଶିକ ବାତିଲ୍ କରାଯାଇଛି।

ସୂଚନା ଅନୁଯାୟୀ ଶନିବାର ରାତି ୧୦ଟା ସୁଦ୍ଧା ଟ୍ରେନ୍‌ ଟ୍ରାକ୍‌ରୁ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ହଟାଇ ଦିଆଯାଇଛି। ରେଳ ଲାଇନ୍‌ ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। କାର୍ଯ୍ୟ ଶେଷ ହେବାକୁ ଆଉ ୧୫ରୁ ୨୦ ଘଣ୍ଟା ଲାଗିବ। ୪ ତାରିଖ ସନ୍ଧ୍ୟା ସୁଦ୍ଧା ଟ୍ରେନ୍‌ ଚଳାଚଳ ପୁଣିଥରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାଉନ୍‌ ଲାଇନ୍‌କୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। ‌ତାହାକୁ ଦୃଷ୍ଟିରେ ରଖି ୨୪ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ୫ ଓ ୬ ତାରିଖ ମଧ୍ୟରେ ଦୁଇଟି ଲେଖାଏ ଟ୍ରେନ୍‌ ବାତିଲ୍‌ ହୋଇଥିବା ସୂଚନା ମିଳିଛି। ରାତି ୧୧ଟା ସୁଦ୍ଧା ୧୦ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ ହୋଇଛି।

ସମ୍ବନ୍ଧିତ ଖବର