ଟ୍ରେନ୍‌ ଦୁର୍ଘଟଣାକୁ‌ ସାଂପ୍ରଦାୟିକ ରଙ୍ଗ ଦେଲେ କାର୍ଯ୍ୟାନୁଷ୍ଠାନ: ଚେତାବନୀ ଦେଲା ଓଡ଼ିଶା ପୁଲିସ

ଭୁବନେଶ୍ବର: ବାଲେଶ୍ବରଠାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ‌ନେଇ ଏବେ ବିବାଦ ଦେଖାଦେଇଛି। କିଛି କୁଚକ୍ରୀ ଲୋକ ଏହାକୁ ସାଂପ୍ରଦାୟିକତାର ରୂପ ଦେବାକୁ ଅପଚେଷ୍ଟା ଚଳାଇଛନ୍ତି। ଦୁର୍ଘଟଣା ଘଟିଥିବା ସ୍ଥାନଠାରୁ କିଛି ଦୂରରେ ଥିବା ଏକ ଧର୍ମପୀଠର ଫଟୋ ଥିବା ଦର୍ଶାଇ ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌ କରିଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ଓଡ଼ିଶା ପୁଲିସ ଗୁରୁତ୍ବର ସହ ନେଇଛି। ପୁଲିସ ପକ୍ଷରୁ କୁହାଯାଇଛି ଯେ ଜିଆରପିଠାରୁ ଆରମ୍ଭ କରି ବିଭିନ୍ନ ସୁରକ୍ଷା ଏଜେନ୍ସି ଦୁର୍ଘଟଣା ପଛର କାରଣ ଜାଣିବାକୁ ତଦନ୍ତ ଜାରି ରଖିଛନ୍ତି। ଏସବୁ ଭିତରେ ଘଟଣାକୁ ସାଂପ୍ରଦାୟିକ ରଙ୍ଗ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଯେଉଁମାନେ ଏଭଳି ବିଭ୍ରାନ୍ତିକର ପୋଷ୍ଟ କରୁଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଡ଼ିଶା ପୁଲିସ ଟ୍ବିଟର୍‌ରେ ଚେତାଇ ଦେଇଛି।

ସମ୍ବନ୍ଧିତ ଖବର