ରାଉରକେଲା: ଆଜି ହାୱଡା-ମୁମ୍ବାଇ ମୁଖ୍ୟ ରେଳଲାଇନ୍ ବନ୍ଧମୁଣ୍ଡା କ୍ୟୁ କ୍ୟାବିନ୍ ନିକଟରେ ମାଲଗାଡ଼ି ଧକ୍କାରେ ବୁଲେଟ୍କୁ ଧକ୍କା ଦେଇଥିଲା। ଚାଳକ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୁଲେଟ୍ଟିକୁ ଟ୍ରେନ୍ ରେଳଲାଇନରେ ଅଧା କିଲୋମିଟର ଘୋଷାଡି ନେଇଯାଇଥିଲା। ବୁଲେଟ୍ଟି ଟ୍ରେନ୍ ଚକା ତଳେ ଘୋଷାଡି ହୋଇ ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଛି। ଦୁର୍ଘଟଣା ପରେ ବୁଲେଟ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୁଲେ୍ଟକୁ ଜବତ କରିଛି।
ମିଳିଥିବା ସୂଚନା ମୁତାବକ ଆଜି ପୂର୍ବାହ୍ପ ପ୍ରାୟ ସାଢ଼େ ୧୧ଟାରେ ବୁଲେଟ୍ ଚାଳକ କ୍ୟୁ କ୍ୟାବିନ୍ ନିକଟରେ ରେଳଧାରଣା ଅତିକ୍ରମ କରୁଥିଲେ। ହଠାତ୍ ଏକ ମାଲ୍ଗାଡ଼ି ଦ୍ରୁତଗତିରେ ମାଡ଼ି ଆସିଥିଲା। କିଛି ଉପାୟ ନ ପାଇ ଟ୍ରେନ୍ଟିକୁ ଦେଖି ବୁଲେଟ୍ ଚାଳକ ଜଣଙ୍କ ରେଳଧାରଣାରେ ବୁଲେଟ୍ ଛାଡ଼ି ସେଠାରୁ ପଳାଇ ଯାଇଥିଲେ। ଏଥିରେ ବାଇକ୍ଟି ସଂପୂର୍ଣ୍ଣ ଭାବରେ ଟ୍ରେନ୍ ଭିତରେ ପଶି ଯାଇ ଚୂରମାର ହୋଇଯାଇଥିଲା। ଟ୍ରେନ୍ର ଲୋକୋପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍ଟିକୁ ଅଟକାଇଥିଲେ। ପରେ ଆର୍ପିଏଫ୍ ଏବଂ ରେଳବାଇ କର୍ମଚାରୀଙ୍କ ସହାୟତାରେରେ ବାଇକ୍ଟିକୁ ଟାଣି ବାହାର କରିଥିଲେ। ଆର୍ପିଏଫ୍ ପକ୍ଷରୁ ଖଣ୍ଡ ବିଖଣ୍ଡିତ ବାଇକ୍କୁ ଜବତ କରିବା ସହ ଏହାର ଚାଳକକୁ ଖୋଜିବାକୁ ତନାଘନା ଉଦ୍ୟମ ଜାରିରହିଛି।