କେନ୍ଦୁଝର : କେନ୍ଦୁଝରଗଡ଼ ଷ୍ଟେସନ ଦେଇ ଦିଲ୍ଲୀକୁ ଗଡ଼ିବ ଏକ୍ସପ୍ରେସ୍‌ ଟ୍ରେନ। ଏହି ସୂଚନା ଦେଇଛନ୍ତି ଖୋର୍ଦ୍ଧାରୋଡ ଡିଭିଜନର ଡିଆରଏମ୍‌ ରିଙ୍କେଶ ରଏ। କେନ୍ଦୁଝର ପ୍ରଗତିଶୀଳ ନାଗରିକ ମଞ୍ଚ ସଭାପତି ମଳୟ ମହାପାତ୍ର ତାଙ୍କୁ ଭେଟି ଟ୍ରେନ୍‌ ଚଳାଚଳ ପାଇଁ ଦାବିପତ୍ର ଦେବା ବେଳେ ଶ୍ରୀ ରଏ ଏହି ସୂଚନା ଦେଇଛନ୍ତି।

Advertisment

ଡିଆର୍‌ଏମ୍‌ ଶ୍ରୀ ରଏ କହିଛନ୍ତି, ପୁରୀରୁ କେନ୍ଦୁଝରଗଡ଼ ଷ୍ଟେସନ ଦେଇ ଆସନ୍ତା କିଛି ମାସ ମଧ୍ୟରେ ଜମ୍ମୁତୱିକୁ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିବ। ଏହି ଟ୍ରେନ୍‌ ଭାୟା ଦିଲ୍ଲୀ ହୋଇ ଯିବ। ଏଥିପାଇଁ ଆବଶ୍ୟକ କାଗଜପତ୍ର କାମ ଚାଲିଥିବା ସେ ସୂଚନା ଦେଇଛନ୍ତି। ସେହିପରି କେନ୍ଦୁଝର-ଭୁବନେଶ୍ବର ମଧ୍ୟରେ ଯାତାୟାତ କରୁଥିବା ଟ୍ରେନ୍‌ରେ ନୂଆ କୋଚ୍‌ ଲଗାଇବା ପା‌ଇଁ ହୋଇଥିବା ଦାବିକୁ ସେ ଯଥାର୍ଥ ବୋଲି କହିଛନ୍ତି। ଖୁବ୍‌ଶୀଘ୍ର ନୂଆ କୋଚ୍‌ ଲାଗିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଜମ୍ମୁତାୱିକୁ ଟ୍ରେନ୍‌ ଚଳାଚଳ କଲେ କେନ୍ଦୁଝରର ଯାତ୍ରୀମାନେ ସିଧାସଳଖ ବୈଷ୍ଣୋଦେବୀ, ଜମ୍ମୁ, ଜାମସେଦପୁର ଯାଇପାରିବେ।