ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ପାଣିକୋଇଲି ତାରିଣୀ ମନ୍ଦିର ନିକଟରେ ଥିବା ୧୦୦ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟି ଏକ ତେଜରାତି ଦୋକାନ ଜଳିଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
ପାଣିକୋଇଲିସ୍ଥିତ ତାରିଣୀ ମନ୍ଦିର ନିକଟରେ ଥିବା ୧୦୦ କେଭି ଟ୍ରାନ୍ସଫର୍ମରଟିର ଗୋଟିଏ ଫେଜ୍ ଡାଉନ ଥିଲା। ଅନ୍ୟ ଦୁଇ ଫେଜ୍ରେ ସେହି ଖରାପ ଥିବା ଫେଜ୍ ଲୋଡ ଦେଇଥିବା କାରଣରୁ ଟ୍ରାନ୍ସଫର୍ମର ଟି ଗତକାଲି ବିଳମ୍ବିତ ରାତିରେ ଫାଟିଯାଇ ନିଆଁ ଲାଗି ଯାଇଥିଲା। ଫଳରେ ପାଖରେ ଥିବା ପାଣିକୋଇଲି ଅଞ୍ଚଳର ବିଜୟ ଦଳାଇଙ୍କ ତେଜରାତି ଦୋକାନକୁ ନିଆଁ ବ୍ୟାପି ଆନୁମାନିକ ୪ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା। ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଅସହ୍ୟ ଗରମ ଓ ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାର ଯୋଗୁଁ ଟ୍ରାନ୍ସଫର୍ମର ଉପରେ ଲୋଡ୍ ପଡ଼ି ଏଭଳି ଘଟଣା ଘଟିଥିବା ନେଇ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/jaj-tr.jpg)