ନଠୁଆବର : ରସୁଲପୁର ତହସିଲ ଅନ୍ତର୍ଗତ ପ୍ରଥମାଖଣ୍ତି ପଞ୍ଚାୟତ ସଡ଼ମ୍ବା ଗ୍ରାମ ନିକଟ ପୁରୁଣା ଜାତୀୟ ରାଜପଥ ପାର୍ଶ୍ବରୁ କିଛିଲୋକ ରାତିରେ ମୂଲ୍ୟବାନ ଗଛ କାଟି ନେଇଛନ୍ତି। ଏନେଇ ସଡ଼ମ୍ବା ଗ୍ରାମର ବୀରବର ପଲେଇ ଜଙ୍ଗଲ ବିଭାଗ ଚଣ୍ତିଖୋଲ, ରସୁଲପୁର ତହସିଲଦାର ଓ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି।
ବୁଧବାର ରାତିରେ ଗଛଗୁଡ଼ିକ କଟାଯାଇଥିଲା। ଗୁରୁବାର ସକାଳୁ ସମ୍ପୃକ୍ତ ଲୋକମାନେ କଟାଯାଇଥିବା ଗଛକୁ ଖଣ୍ତଖଣ୍ତ କରୁଥିବା ସମୟରେ ବୀରବର ପହଞ୍ଚି ବିରୋଧ କରିଥିଲେ। ହେଲେ ଗଛ କାଟୁଥିବା ଲୋକମାନେ ବୀରବରଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏନେଇ ଅଭିଯୋଗ ହେବା ପରେ ବାରବାଟୀ ଆରଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।
Follow Us