ଏସ୍.ରାମପୁର : ଚଳନ୍ତା ଟ୍ରକ୍ରେ ନିଆଁ ଲାଗିବାରୁ ଏକ ବଡ଼ ଘଟଣାରୁ ବର୍ତ୍ତିଲେ ଟ୍ରକ୍ ଚାଳକ। ଆଜି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ସାରସମାଲ ବଜାର ଛକ ନିକଟରେ।
ସୂଚନାନୁସାରେ ଅଖା ବସ୍ତା ନେଇ ବରପାଲି ପଟରୁ ରାମପୁର ଦେଇ କଣ୍ଟାମାଳ ଯାଉଥିବା ଏକ ଟ୍ରକ୍ (ଓଡି୩୧ଜେ-୩୭୯୦)ର ପଛପଟ ଡାଲାରେ ଥିବା ବସ୍ତାରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଯୁବକମାନେ ଟ୍ରକ୍ଟିକୁ ଅଟକାଇଥିଲେ। ସ୍ଥାନୀୟ ଲୋକେ ପାଣି ଆଣି ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ରାମପୁର ଦମକଳ ବାହିନୀ ଜଣାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରକ୍ରେ ଥିବା ଅଖା ବସ୍ତା ପୋଡ଼ି ଯାଇଥିବା ବେଳେ ଟ୍ରକ୍ର କିଛି ଅଂଶ ମଧ୍ୟ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ଟ୍ରକ୍ କିପରି ଲାଗିଲା ବୋଲି ଟ୍ରକ୍ ଚାଳକଙ୍କୁ ପଚାରିବାରୁ ବରପାଲି ପଟୁ ଆସୁଥିବା ବେଳେ ବାରଙ୍ଗପାଲି ନିକଟରେ ରାସ୍ତାର ଉଭୟ ପାର୍ଶ୍ବ ଜମିରେ ନଡ଼ା ପୋଡ଼ାଇବାକୁ କେହି ନିଆଁ ଲଗାଇଥିବା ବେଳେ ସେହିବାଟ ଦେଇ ଟ୍ରକ୍ ଆସିବାବେଳେ ନିଆଁ ଉଡିଆସି ଟ୍ରକ୍ରେ ପଡ଼ିଥିବ ଓ ନିଆଁ ଲାଗିଥିବା ବୋଲି ଚାଳକ ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/subernpur-v.jpg)