ବୈତରଣୀରୋଡ୍ : କୋରେଇ ଥାନା ବୈତରଣୀରୋଡ୍ ଲକ୍ଷ୍ମୀବଜାରର ଏକ ଭେରାଇଟି ଷ୍ଟୋର ଓ ୩ ଟି ବାଇକ୍ ଉପରେ ଆଜି ଏକ ସିଲିଣ୍ଡର ବୋଝେଇ ଟ୍ରକ ଚଢ଼ିଯାଇଛି। ଏଥିରେ ଦୋକାନ ଓ ବାଇକଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି।
ହିନ୍ଦୁସ୍ତାନ ପେଟ୍ରୋଲିୟମର ଏକ ଖାଲି ସିଲିଣ୍ତର ବୋଝେଇ ଟ୍ରକ (ଓଡି ୦୨ ଜେଡ ୪୨୯୧)ଟି ଷଠିପୁର ଅଭିମୁଖେ ଯାଉଥିଲା। ଆଜି ରାତି ୮ଟା ୩୦ରେ ଡ୍ରାଇଭରଙ୍କର ହଠାତ୍ ବାତରୋଗ ବାହାରିବାରୁ ସେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଲକ୍ଷ୍ମୀବଜାର ଅର୍ଜୁନ ସାହୁଙ୍କ ଭେରାଇଟି ଷ୍ଟୋର ସହ ଦୋକାନ ସମ୍ମୁଖରେ ଥିବା ୩ ଟି ବାଇକ୍ ଉପରେ ଚଢ଼ିଯାଇଥିଲା। ଦୋକାନୀ କୌଣସି କାରଣରୁ ବାହାରକୁ ଯାଇଥିବା ବେଳେ ସେଠାରେ କେହି ଲୋକ ନଥିଲେ। ଫଳରେ କାହାରି ଜୀବନହାନି ହୋଇନଥିଲା ବୋଲି କିଛି ଦେଖଣାହାରୀ କହିଛନ୍ତି। ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କୋରେଇ ଡାକ୍ତରଖାନାକୁ ପଠାଇଥିଲେ। ରାତି ପର୍ଯ୍ୟନ୍ତ ଟ୍ରକଟି ରାସ୍ତାକୁ ଅବୋରଧ କରି ରହିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/d845c924-7d8f-470f-8441-e52a94833e8e.jpg)