ପାଇପ୍‌ ଲାଇନ୍‌ କାମ ବନ୍ଦ କଲା ଟ୍ରକ ମାଲିକ ସଂଘ

ଯୋଡ଼ା : ସ୍ଲରି ପାଇପ୍‌ଲାଇନ୍ ମାଧ୍ୟମରେ ଲୁହାପଥର ପରିବହନ କରିବା ପାଇଁ ମାଟି ତଳେ ପାଇପ୍‌ଲାଇନ୍ ବିଛାଇବା କାମ ବିଭିନ୍ନ ଶିଳ୍ପସଂସ୍ଥା ପକ୍ଷରୁ ଆରମ୍ଭ କରାଯାଇଛି। ଆଜି ଏହାକୁ ବିରୋଧ କରି ଯୋଡ଼ା ଟ୍ରକ୍ ମାଲିକ ସଂଘ ପକ୍ଷରୁ ପାଇପ୍‌ ବିଛା କାର୍ଯ୍ୟ ବନ୍ଦ କରାଯାଇଛି।

ସଂଘ ଅଭିଯୋଗ କରିଛି ଯେ, ଶିଳ୍ପସଂସ୍ଥା ଗୁଡ଼ିକ ପକ୍ଷରୁ ପାଇପ୍‌ଲାଇନ୍ ଯୋଗେ ଲୁହାପଥର ପରିବହନ କରାଗଲେ ଯୋଡ଼ା ଅଞ୍ଚଳର ହଜାର ହଜାର ଟ୍ରକ୍ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯିବ। ଖଣି ଅଞ୍ଚଳରେ ଟ୍ରକ୍ ମାଲିକମାନେ ଲୁହାପଥର ପରିବହନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଏଠାରେ ରୋଜଗାରର ଅନ୍ୟ କୌଣସି ବିକଳ୍ପ ନାହିଁ। ଅନ୍ୟପକ୍ଷରେ ଆଜି ଏହି ପାଇପ୍‌ଲାଇନ୍ କାର୍ଯ୍ୟ ସମୟରେ ସୁନାନଦୀକୁ ଅବରୋଧ କରାଯାଇଥିବାରୁ ଜଳସ୍ରୋତ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଟ୍ରକ୍ ମାଲିକ ସଂଘ ପକ୍ଷରୁ ପାଇପ୍‌ ବିଛା କାମକୁ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର