ଦୋକାନ ଭିତରେ ପଶିଗଲା ଟ୍ରକ

ପାଣିକୋଇଲି: ଆଜି ସକାଳେ ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗ ଅଞ୍ଚଳର ଏକ ଟ୍ରକ୍‌ (ଡବ୍ଲୁବି-୩୩ଇ-୧୦୭୯) ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୂଜାଭଣ୍ତାର ଦୋକନ ଗୃହକୁ ପଶିଯାଇଥିଲା।

ଫଳରେ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଦୋକାନ ବାହାରେ ଥିବାରୁ ବ୍ୟବସାୟୀ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ପାଣିକୋଇଲି ପୁଲିସ ପହଞ୍ଚି ଟ୍ରକ୍‌କୁ ଜବତ କରିଛି।

ସମ୍ବନ୍ଧିତ ଖବର