ଆହତଙ୍କ ଚିକିତ୍ସା ଅନୁଧ୍ୟାନ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବିୟ। ଏହି ଅବସରରେ ସେ ଭୁବନେଶ୍ବର ଏବଂ ବାଲେଶ୍ବରରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖିବେ। ଏହାପରେ ଏମ୍‌ସ ଭୁବନେଶ୍ବରରେ ସମୀକ୍ଷା ବୈଠକ ହେବ। ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଆବଶ୍ୟକତା ନେଇ ଆଲୋଚନା ହେବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ଶନିବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶରେ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ, ଅଧୀକ୍ଷକ ଦିଲ୍ଲୀପ ପରିଡ଼ାଙ୍କ ତତ୍ବାବଧାନରେ ଦୁଇଟି ଡାକ୍ତରୀ ଦଳ କଟକ ଏସସିବି ମେଡିକାଲ ଏବଂ ବାଲେଶ୍ବରକୁ ଯାଇଛନ୍ତି। କଟକ ଯାଇଥିବା ଟିମ୍‌ରେ ଅସ୍ଥିଶଲ୍ୟ ବିଭାଗର ଅତିରିକ୍ତ ପ୍ରଫେସର ମଣ୍ଟୁ ଜୈନ, ନ୍ୟୁରୋସର୍ଜରି ବିଭାଗର ଅତିରିକ୍ତ ପ୍ରଫେସର ଡା. ସୁମିତ ବଂଶଲ, ସର୍ଜରି ବିଭାଗର ପ୍ରଫେସର ତୁଷାର ମିଶ୍ର, ଏସଆର ଡାକ୍ତର ବିକେର୍ଣ୍ଣା ଭାରତୀ, ଡାକ୍ତର ହୃଦେଶ୍ବର ବେହେରା, ଡାକ୍ତର ଇଜାଜ, ଏଏନଏସ ସଲାଉଦ୍ଦିନ ବିକେ, ନିଧେଶ କେ ଏବଂ ସୀମା ପଣ୍ଡା ରହିଛନ୍ତି। ବାଲେଶ୍ବରକୁ ରେଡିଏସନ ଅଙ୍କୋଲୋଜି ବିଭାଗର ପ୍ରଫେସର ସରୋଜ ମଜୁମଦାର, ଆସୋସିଏଟ ପ୍ରଫେସର ଗୁରୁଦୀପ ଦାସ, ଏସଆର ଡାକ୍ତର ସ୍ବସ୍ତିକ ମିଶ୍ର, ଡାକ୍ତର ଯତୀନ, ଡାକ୍ତର ଦୀପକ, ଏଏନଏସ ବବିତା ଦଳେଇ, ଜିଥିନ ସୁନ୍ଦରନ, ଡାକ୍ତର ଯାଜଲକ୍ଷ୍ମୀ। ଆଜି ବିଳମ୍ବିତ ରାତିରେ ବାଲେଶ୍ବରରୁ ୧୦୦ଟି ମରଶରୀର ଏମ୍‌ସ ଆସିବ। ଏଠାରେ ଥିବା ଆନାଟୋମି ବିଭାଗରେ ଏହା ସଂରକ୍ଷିତ ରଖାଯିବ।

ସମ୍ବନ୍ଧିତ ଖବର