ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରେଳ ମନ୍ତ୍ରୀ

କୋଣାର୍କ ମନ୍ଦିରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେବେ

ଭୁବନେଶ୍ବର : କେନ୍ଦ୍ର ରେଳ, ଯୋଗାଯୋଗ, ଇ‌େଲକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଜୁନ୍‌ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ କୋଣାର୍କ ମନ୍ଦିର ପରିସରରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ରେଳ ମନ୍ତ୍ରୀ ଯୋଗଦେବେ। ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ନେତୃତ୍ବରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା, ଛାତ୍ରଛାତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର କର୍ମଚାରୀଙ୍କ ସମେତ ପ୍ରାୟ ୨ହଜାର ଲୋକ ଯୋଗଦେଇ ଏକସଙ୍ଗେ ଯୋଗ କରିବେ। ଏହି କାର୍ଯ୍ୟକ୍ରମ ସକାଳ ୬ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୮ଟା ୩୦ ପର୍ଯ୍ୟନ୍ତ ଚାଲିବ।

ସୂଚନାଯୋଗ୍ୟ ଯେ, ଦେଶର ୭୫ଟି ଐତିହ୍ୟ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ଠାରୁ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବେ।

ଅପରପକ୍ଷେ କେନ୍ଦ୍ର ରେଳ ମନ୍ତ୍ରୀ ଏହି ଗସ୍ତ ସମୟରେ ବିଶ୍ବସ୍ତରୀୟ ପୁରୀ ରେଳ ଷ୍ଟେସନ ପ୍ରକଳ୍ପର ସମୀକ୍ଷା କରିବେ।

ସମ୍ବନ୍ଧିତ ଖବର