ବିଲ ଭିତରକୁ ଓଲଟି ପଡ଼ିଲା ଗାଡ଼ି, ୧୧ ଆହତ

ବିନିକା: ବିନିକା ଥାନା ଅନ୍ତର୍ଗତ ବିନିକା –ରାମପୁର ରାସ୍ତାର ସିଂଘିଯୁବା ଆଦର୍ଶ ପୋଖରୀ ନିକଟ ବୁଲାଣିଆଁ ରାସ୍ତାରେ ଏକ ବରାତି ଗାଡ଼ି ଓଲଟି ପଡ଼ିଛି। ଏଥିରେ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ ଗୁରୁତର ଥିବା ଜଣାଯାଇଛି।

ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ବରମକେଲାରୁ ବରଯାତ୍ରୀ ନେଇ ଏକ ବଲେରୋ ସୋନପୁର ଯାଉଥିଲା। ଦିନ ପ୍ରାୟ ୨ଟାରେ ସିଂଘିଯୁବା ଆଦର୍ଶ ପୋଖରୀ ନିକଟ ବୁଲାଣିଆଁ ରାସ୍ତାରେ ଗାଡ଼ିଟି ବିଲ ଭିତରକୁ ପଶି ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ମୋଟ୍‌ ୧୧ ଜଣ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ ଗୁରୁତର ଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ିକୁ ବହୁ ପରିମାଣ ମଦ ବୋତଲ ଜବତ କରିଛି ପୁଲିସ। ଡ୍ରାଇଭର ଓ ଯାତ୍ରୀମାନେ ମଦ୍ୟପାନ କରିଥିବାରୁ ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର