ବାସୁଦେବପୁର: ପଞ୍ଚାୟତ ନିର୍ବାଚନରେ ଅଞ୍ଚଳବାସୀ ଭୋଟ୍‌ ନଦେବାକୁ ନେଇ ପରାଜିତ ପ୍ରାର୍ଥୀ ପ୍ରତିଶୋଧ ପରାୟଣ ହୋଇ ହୀନ ପ୍ରୟାସ କରିଥିବା ଦେଖିବାକୁ ମିଳିଛି। ବିନୋବାଭାବେ ନଗର ପଞ୍ଚାୟତର ଗାନ୍ଧୀନଗର ଗାଁ ରାସ୍ତାକୁ ଜେସିବି ଲଗାଇ କାଟିଦେବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି।

Advertisment

ଅନ୍ୟପଟେ ସ୍ଥାନୀୟ ସରପ‌ଞ୍ଚ କୌଣସି ଏକ ମାମଲାରେ ଛନ୍ଦିହୋଇ ପୁଲିସ ହାତରେ ଧରା ନପଡ଼ିବା ପାଇଁ ଆତ୍ମଗୋପନ କରିଥିବା ଜଣାଯାଇଛି। ଯାହାର ସୁଯୋଗରେ ପରାଜିତ ପାର୍ଥୀ ଗାଁ ଲୋକଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଏପରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନାଥାଉକି, କିଛିବର୍ଷ ତଳେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ଉପରେ ଗାନ୍ଧୀନଗର ଗ୍ରାମର ପାଖାପାଖି ୬ ଶହରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରିଆସୁଥିଲେ। ହେଲେ ରାସ୍ତା ତାଡ଼ି ଦେବାରୁ ଅଞ୍ଚଳବାସୀଙ୍କ ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଛି।