୩ ଚୋରକୁ ଧରି ଖୋଲା ଦେହରେ ଗାଁରେ ବୁଲାଇଲେ ଗ୍ରାମବାସୀ

ନୂଆପଡ଼ା/ସିନାପାଲି: ନୂଆପଡ଼ା‌ ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ମଖାପଦର ପଞ୍ଚାୟତ କପିଆ ଗ୍ରାମରେ ଚୋରି କରୁଥିବା ବେଳେ ତିନି ଜଣ ଯୁବକଙ୍କୁ ଗ୍ରାମବାସୀ କାବୁ କରିଛନ୍ତି। ସେମାନଙ୍କୁ ଅଟକ ରଖି ଖୋଲା ଦେହରେ ଗାଁରେ ବୁଲାଇ ଥିବାବେଳେ ଚୋରମାନେ ଗ୍ରାମବାସୀଙ୍କୁ କ୍ଷମା ପ୍ରାର୍ଥନା କରୁଥିବା ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସୂଚନାମତେ, ଗତ କିଛିଦିନ ହେଲା କପିଆ ଗ୍ରାମରେ ସେହି ଗ୍ରାମର ୨ ଜଣ ଓ ସିତିଲିଖଲିଆ ଗ୍ରାମର ଜଣେ ଯୁବକ ମିଶି ଜଳ ଯୋଗାଣ ହେଉଥିବା ମଟର ସମେତ ବିଭିନ୍ନ ସାମଗ୍ରୀ ଚୋରି କରୁଥିଲେ। ଏହି ୩ ଜଣ ଯୁବକ ବାରମ୍ବାର ଚୋରି କରି ଆସୁଥିବା ଗତ କିଛି ଦିନ ତଳେ  ଗ୍ରାମବାସୀ ସିନାପାଲି ପୁଲିସ୍‌କୁ ଜଣାଇଥିଲେ। ସିନାପାଲି ପୁଲିସ୍ କାବୁ କରି ଥାନାକୁ ନେବାରୁ ଆଉ ଚୋରି କରିବୁ ନାହିଁ ବୋଲି ଥାନାରେ ଲିଖିତ ଭାବେ ଜଣାଇଥିଲେ। ଏହା ସତ୍ତ୍ବେ ପୁଣି ସେମାନେ କପିଆ ଗ୍ରାମରେ ସୋମବାର ମଟର ଚୋରି କରୁଥିବା ଗ୍ରାମବାସୀ ଦେଖିଥିଲେ। ଗ୍ରାମବାସୀ ସେମାନଙ୍କୁ କାବୁ କରି ସାର୍ଟ ଖୋଲି ଗାଁରେ ବୁଲାଇଥିଲେ। ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସେମାନେ ଆଗକୁ ଆଉ କେବେ ଚୋରି କରିବୁ ନାହିଁ ବୋଲି ଲିଖିତ ଭାବେ ଜଣାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର