ରାଇସୁଆଁ : ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ୩ ବର୍ଷ ହେଲା ଗାଁ ଅନ୍ଧାର। ହେଲେ ଉପଭୋକ୍ତାଙ୍କ ନିକଟକୁ ବିଲ୍ ଆସିବାରେ ହେଲା ହେଉ ନାହିଁ। ଏଭଳି ସାଂଘାତିକ ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ୍ କାଳିଆହତା ପଞ୍ଚାୟତ ଖଣ୍ଡବନ୍ଧ ଗ୍ରାମରେ। ଏହାକୁ ନେଇଖଣ୍ଡବନ୍ଧବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୧୯୯୯ ମସିହାରେ ବିଜୁ ଜ୍ୟୋତି ଯୋଜନାରେ ୧୬ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିଲା। ଉପଭୋକ୍ତା ଅଧିକ ଥିବାରୁ ତାହା ପୋଡ଼ିଗଲା। ୨୦୧୭ ମସିହାରେ ଗାଁ ଗାଁରେ ବି ପିଏଲ ବିଦ୍ୟୁତୀକରଣ ଯୋଜନାରେ ୨୫ କେଭି ଟ୍ରାନ୍ସଫର୍ମର ବସିଲା ହେଲେ ମାସେ ଦୁଇମାସ ଉପଭୋକ୍ତା ଲାଇନ ପାଇଥିବା ବେଳେ ବଜ୍ରପାତରେ ତାହା ଅଚଳ ହୋଇଗଲା। ଏଥିପାଇଁ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟଙ୍କୁ ଓ ବିଡିଓଙ୍କୁ ଅବଗତ କରାଯାଇଥିଲା। ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଜନଜାତି ସଂପ୍ରଦାୟର ଲୋକମାନେ ଅନ୍ଧାର ଭିତରେ ରହୁଥିବା ଅଭିଯୋଗ ହୋଇଛି। ଗ୍ରାମରେ ବିଦ୍ୟୁତ ନ ଥିଲେ ବି ବିଦ୍ୟୁତ ବିଭାଗର କର୍ମଚାରୀ ବିଦ୍ୟୁତ ବିଲ ବଣ୍ଟନ କରୁଥିବା ନଜରକୁ ଆସିଛି।
ସୂଚନା ଅନୁଯାୟୀ, କାଉ ଦେହୁରୀଙ୍କ ନାମରେ ୧୫ହଜାର ୧ଶହ ୨୭ଟଙ୍କା, ମେଞ୍ଜ ଶିଙ୍କୁ ଙ୍କର ୯ଶହ ୫୦ଟଙ୍କା, ସୁଖିରାମ ଶିଙ୍କୁଙ୍କର ୧୧ଶହ ୩୫ଟଙ୍କା, ପାଇଲମାନ ମୁଣ୍ଡାଙ୍କର ୧୬ ହଜାର ୩୫ଟଙ୍କା, ସାଗର ମୁଣ୍ଡା ଙ୍କର ୧୦ହଜାର ୮ଶହ ୭୩ଟଙ୍କା, ସୋମନାଥ ବାରିଙ୍କର ୮ହଜର ୧ଶହ ୭୪ଟଙ୍କା, ମାୟାଧର ଦେହୁରୀ ଙ୍କର ୧୫ଶହ ୪୩ଟଙ୍କା, କଳାକାର ଦେହୁରୀଙ୍କର ୪ହଜାର ୯ଶହ୫୦ଟଙ୍କା, ହରିଶ୍ଚନ୍ଦ୍ର ଦେହୁରୀଙ୍କର ୫ହଜାର ୨ଶହ ୯୯ଟଙ୍କା, ଅର୍ଜୁନ ଦେହୁରୀଙ୍କର ୭ହଜାର ୩ଶହ୨୪ଟଙ୍କା, ଦୁର୍ଯ୍ୟୋଧନ ଦେହୁରୀଙ୍କର ୧୦ହଜାର ୫ଶହ ୭୦ଟଙ୍କା, ଧନେଶ୍ଵର ଦେହୁରୀଙ୍କର ୭ହଜାର ୬ଶହ ୨୦ଟଙ୍କା, ମୃତ ନୁଖୁରୀ ଦେହୁରୀଙ୍କର ନାମରେ ୨୩ହଜାର ୩୦ଟଙ୍କା ଆସି ଥିବା ବେଳେ ସୁଦର୍ଶନ ଦେହୁରୀ ନାମରେ ୨ ଲକ୍ଷ ୮ହଜାର ୧ଶହ ୫୭ଟଙ୍କା ଆସିଥିବା ବିଲ୍ ଉପଭୋକ୍ତା ଦେଖାଇ ଥିଲେ। ବିଦ୍ୟୁତ ନ ଥାଇ ବିଲ ଆସିବାକୁ ନେଇ ଯନ୍ତ୍ରୀଙ୍କୁ ଫୋନ କଲେ ପ୍ରତିକ୍ରିୟା ମିଳିପାରି ନାହିଁ। ସରଜମିନ ତଦନ୍ତ କରି ତୁରନ୍ତ ଟ୍ରାନ୍ସଫର୍ମର ଯୋଗାଇ ଦେବା ପାଇଁ ଗ୍ରାମର ତ୍ରିନାଥ ଦେହୁରୀ, ନିତ୍ୟାନନ୍ଦ ଦେହୁରୀ, ସୁଜନ ଦେହୁରୀ, ଧନେଶ୍ଵର ଦେହୁରୀ, ଗଣେଶ୍ଵର ଦେହୁରୀ, ସୁଦର୍ଶନ ଦେହୁରୀ, ଦୁର୍ଯ୍ୟୋଧନ ଦେହୁରୀ, ପ୍ରଭାକର ଦେହୁରୀ, ସୁଶାନ୍ତ ଦେହୁରୀ, ଜଗନ୍ନାଥ ଦେହୁରୀ, ଜୟରାମ ଦେହୁରୀ, ପଞ୍ଚୁ ଦେହୁରୀ, ଦେବାନନ୍ଦ ନାଏକ, ଅର୍ଜୁନ ଦେହୁରୀ, ଚୈତନ୍ୟ ଦେହୁରୀ, ମୁଳିଆ ଦେହୁରୀ, କଳାକର ଦେହୁରୀ, କାଉ ଦେହୁରୀ, ନିରଞ୍ଜନ ଶିଙ୍କୁ , ରଘୁ ମୁଣ୍ଡା, ଚନ୍ଦ୍ର ଶେଖର ଦେଓ, ଝରିଆ ଦେହୁରୀ, ବୁଧୁରାମ ମୁଣ୍ଡା, ନରସିଂହ ମୁଣ୍ଡା, ମାଜୁରା ମୁଣ୍ଡା, ସୋମନାଥ ନାୟକ ବାରି ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।