ରା ଉଦୟଗିରି: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ ପାଇଁ ଯେଉଁ ହୀନ ଉଦ୍ୟମ ଚାଲିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଅତ୍ୟନ୍ତ ଦୁଃଖର କଥା ବୋଲି ମୋହନା ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି। ରାଜ୍ୟରେ ଅନ୍ଧାରି ଶାସନ ଚାଲିଛି। ସତ୍ୟକଥା ଉନ୍ମୋଚନ କଲେ ଯଦି ଏମିତି ଚଢ଼ଉ ହେବ, ତେବେ ସାମ୍ବାଦିକମାନେ ନିର୍ଭୀକ ହେବେ କେମିତି ବୋଲି ଶ୍ରୀ ଗମାଙ୍ଗ ପ୍ରଶ୍ନ କରିଛନ୍ତି। ରାଜନୀତି ଓ ସାମ୍ବାଦିକତାକୁ କେବେ ଏକା ନଜରରେ ଦେଖା ନଯାଉ ବୋଲି ସେ କହିଛନ୍ତି।
ଯଦି ସତରେ ସେଭଳି କିଛି ହୋଇଛି, ତେବେ ଆଗରୁ ସରକାର କେଉଁଠି ଥିଲେ। ସତ କଥା ଶୁଣିବାକୁ ସରକାର ପ୍ରସ୍ତୁତ ନୁହନ୍ତି କାହିଁକି ବୋଲି ସେ ପଚାରିଛନ୍ତି। ସେହିଭଳି, ଜନତାଙ୍କ ସ୍ୱରକୁ ଚପାଇବାକୁ ଯେଭଳି ହୀନ ଉଦ୍ୟମ ଚାଲିଛି ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ ବୋଲି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଏସ୍ଟି ମୋର୍ଚ୍ଚା ପ୍ରମୁଖ ବଳରାମ ଭୂୟାଁ ମତ ଦେଇଛନ୍ତି। ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ୧୧ନଂ ଜୋନ୍ର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ହରିଚନ୍ଦନ ଆଶ୍ଚର୍ଯ୍ୟ ପ୍ରକାଶ କରି ଶାସକ ଦଳର ଶହେରୁ ଅଧିକ ନିର୍ବାଚିତ ବିଧାୟକ ଗଲେ କୁଆଡ଼େ ବୋଲି ପ୍ରଶ୍ନ କରିଛନ୍ତି। ଭୋଟ ଦେଇଥିବା ଜନତା ନେତାଙ୍କ ବଦଳରେ ସଚିବଙ୍କୁ ଦେଖୁଛନ୍ତି। ନିର୍ବାଚିତ ନେତା କାଠପିତୁଳା ସାଜିଥିବା ବେଳେ ତାମିଲିଆନ୍ ଅଫିସର ନିଜ ରାଜ୍ ଚଳାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ନିଛକ ସତ କଥା ପାଠକଙ୍କ ପାଇଁ ଲେଖିଲେ ଯଦି ଶାସକଦଳ ବଳ ପ୍ରୟୋଗ କରିବେ, ତେବେ ଚତୁର୍ଥ ସ୍ତମ୍ଭକୁ ହତ୍ୟା କରାଯାଉଛି ବୋଲି ଧରାଯିବ ବୋଲି ସେ ମତପ୍ରକାଶ କରିଛନ୍ତି।