କଡା ସୁରକ୍ଷାରେ ହେବ ଭୋଟ ଗଣନା

କୋରାପୁଟ:କୋରାପୁଟ ଜିଲ୍ଲାରେ ରହିଥିବା ୩ ପୌରପାଳିକା ଓ ଗୋଟିଏ ଏନଏସିରେ ଶନିବାର ଗଣତି ହେବ। ସକାଳ ୭ଟାରୁ ଗଣତି କେନ୍ଦ୍ରରେ ଗଣତି ହେବ। ପର୍ଯ୍ୟାୟକ୍ରମେ ୱାର୍ଡ ଭିତ୍ତିରେ ଫଳ ପ୍ରକାଶ ପାଇବ। ଶେଷରେ ପୌରାଧ୍ୟକ୍ଷ ପଦବୀ ପାଇଁ ଫଳ ପ୍ରକାଶ ପାଇବ। ନିର୍ବାଚନ ଶେଷ ହେବା ପରେ କୋରାପୁଟ ପୌରପରିଷଦରେ ଲାଗିଥିବା ଇଭିଏମ୍‌ ଡିଏଭି କଲେଜରେ ରହିଥିବା ଷ୍ଟ୍ରଙ୍ଗରୁମରେ ରହିଥିବାବେଳେ ସୁନାବେଢା ପୌରପରିଷଦରେ ବ୍ୟବହୃତ ହୋଇଥିବା ଇଭିଏମ ସେମିଳିଗୁଡା କଲେଜ ପରିସରରେ ରହିଛି। ସେହିପରି ଜୟପୁର ପୌରପାଳିକାରେ ବ୍ୟବହୃତ ହୋଇଥିବା ଇଭିଏମ୍‌ ଭିଡି କଲେଜ ଷ୍ଟ୍ରଙ୍ଗରୁମ୍‌ରେ ଓ କୋଟପାଡ କଲେଜରେ ରହିଥିବା ଷ୍ଟ୍ରଙ୍ଗରୁମ୍‌ କୋଟପାଡ ଏନଏସିର ଇଭିଏମ ରହିଛି।

କୋରାପୁଟ ପୌର ପରିଷଦ ର ଅଧ୍ୟକ୍ଷ ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ରହିଥିଭାଗ୍ୟ ଆସନ୍ତାକାଲି ନିର୍ଣ୍ଣୟ ହେବ। ସେହିପରି ସୁନାବେଡ଼ା ପୌରପରିଷଦ ରେ  ୨୮ଟି ୱାର୍ଡରେ ୯୩ କାଉନସିଲର ପ୍ରାର୍ଥୀଙ୍କ ସମେତ ୧୪ ଜଣ ପୌରାଧ୍ୟକ୍ଷ ପଦବୀ  ପାଇଁ ପ୍ରାଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ରହିଛି। କୋଟପାଡ଼ ଏନଏସି ର  ୧୩ ଟି ୱାର୍ଡ ରେ କାଉସିଲର ପଦବୀ  ଦୌଡ଼ରେ ୪୩ ଜଣ ଏବଂ ଅଧ୍ୟକ୍ଷ ପଦ  ପାଇଁ ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ସେହିପରି ଜୟପୁର ପୌରପାଳିକାର ୨୮ଟି ୱାର୍ଡ ପାଇଁ ୧୮ଜଣ ପୌରାଧ୍ୟକ୍ଷ ଓ ୧୧୮ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।କୋରାପୁଟ ପୁଲିସ ପକ୍ଷରୁ ଏହି ୪ଟି ୟୁଏଲବିରେ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପ୍ରତିକର ପରିସ୍ଥିତିକୁ ଏଡେଇବାକୁ ବ୍ୟବସ୍ତା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର