ରାଇସୁଆଁ : ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ତେଲକୋଇ ବ୍ଲକ୍ କାଳିଆହତା ପଞ୍ଚାୟତ ବାଲି ଓ ଗ୍ରାମର ଡିବିମୁଣ୍ଡା ସାହିର ଜାରିଗି ମୁଣ୍ଡାଙ୍କ ୬ ବର୍ଷର ଶିଶୁ କନ୍ୟା ରଞ୍ଜିତା ମୁଣ୍ଡା ଗତକାଲି ରାତି ୯ ଟା ବେଳେ ମୃତ୍ୟୁ ଘଟିଛି। ଖବର ପାଇ ରାଜସ୍ୱ ନିରୀକ୍ଷକ ଦୀପକ ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚି କାନ୍ଥ ତଳୁ ଶିଶୁ କନ୍ୟା ରଞ୍ଜିତାକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଉକ୍ତ ଘଟଣା ସମ୍ପର୍କରେ ତହସିଲକୁ ଜଣାଇବାରୁ ସହକାରୀ ତହସିଲଦାର ପୁରୁଷୋତ୍ତମ ନାୟକ ବାଲି ଗ୍ରାମରେ ପହଞ୍ଚି ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ଦିଆଯିବା ସୁବନ୍ଦୋବସ୍ତ କରିବା ବୋଲି ପ୍ରତିଶ୍ରୁତି ଦେଇଥିବା ରାଜସ୍ୱ ନିରୀକ୍ଷକ ଶ୍ରୀ ହେମ୍ବ୍ରମ ସୂଚନା ଦେଇଛନ୍ତି।
କାନ୍ଥ ପଡ଼ି ଶିଶୁକନ୍ୟା ମୃତ
/sambad/media/post_attachments/wp-content/uploads/2022/01/dead-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)