ଆନନ୍ଦପୁର : ଦିନେ ନୁହେଁ କି ସପ୍ତାହେ ନୁହେଁ ଛଅ ମାସରୁ ଊର୍ଦ୍ଧ୍ବ ହେଲା ଆନନ୍ଦପୁର ମ୍ୟୁନିସିପାଲିଟି ୧୪ନମ୍ବର ୱାର୍ଡ଼ ଘସିପୁରା ମୁଖ୍ୟରାସ୍ତାରେ ପାନୀୟ ଜଳଯୋଗାଣ ପାଇପ୍ ଫାଟିଛି। ହେଲେ ପିଏଚ୍ଡ଼ି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି। ୱାର୍ଡ଼ର ମଙ୍ଗଳାସାହି ନିକଟରେ ମୁଖ୍ୟରାସ୍ତାରେ ପାଣିର ସୁଅ ଚାଲିଥିବାବେଳେ ରାସ୍ତାରେ ଯାଉଥିବା ଲୋକମାନେ ହଟହଟାର ସମ୍ମୁଖୀନ ହେଉଛନ୍ତି।
/sambad/media/post_attachments/wp-content/uploads/2022/09/ken-wp-569x430.jpg)
ଅଭିଯୋଗ ଅନୁସାରେ ଗତ ଛଅମାସ ହେଲା ପୂର୍ବତନ ପୌରଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଘର ନିକଟରେ ମୁଖ୍ୟ ରାସ୍ତାରେ ପାନୀୟ ଜଳଯୋଗାଣ ପାଇପ୍ ଫାଟି ଯାଇଛି। ପାଇପ୍ ପାଣିରେ ସବୁ ସମୟରେ ରାସ୍ତା ବୁଡ଼ି ରହିଥିବାବେଳେ ଯାତାୟାତରେ ସମସ୍ୟା ସୃଷ୍ଟି କରିଛି। ଅନେକ ସମୟରେ ସାଇକଲ ଆରୋହୀ ପଡ଼ି ରାସ୍ତାରେ ହଟହଟା ହେଉଥିବା ନେଇ ଅଭିଯୋଗ ହୋଇଛି। ଏହା ନିକଟରେ ଅଳିଆ ଗଦା ରହିଥିବାରୁ ପିଇବାପାଣି ସଂକ୍ରମିତ ହେବାର ମଧ୍ୟ ଭୟ ରହୁଛି। ଏପଟେ ଏନେଇ ପିଏଚ୍ଡି ବିଭାଗ ଅବଗତ ରହିଥିଲେ ମଧ୍ୟ ମରାମତି କରାଯାଉ ନଥିବା ନେଇ ସ୍ଥାନୀୟ ବାସନ୍ଦା ଦାମୋଦର ସାହୁ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/keonjhar-water-p.jpg)