ହୀରାକୁଦ ଜଳସ୍ତର ୬୦୬ ଫୁଟ୍‌ରେ ସ୍ଥିର

ସମ୍ବଲପୁର : ହୀରାକୁଦ ବନ୍ଧର ସମସ୍ତ ଗେଟ୍ ବନ୍ଦ ଥିବାବେଳେ ବୁଧବାର ରାତି ୯ଟା ବେଳକୁ ଜଳସ୍ତର ୬୦୬.୨୩ ଫୁଟ୍‌ ରହିଛି। ସେତେବେଳେ ଜଳଭଣ୍ଡାରକୁ ହାରାହାରି ୨୨,୬୬୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ପାୱାର୍ ଚାନେଲ୍ ଦେଇ ୧୮,୩୬୫ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲକୁ ୪,୦୨୬ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌କୁ ୬୩୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୮ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୩୦.୯୫ ମିଲିମିଟର୍‌ ଓ ତଳ ମୁଣ୍ଡରେ ୨୬.୨୧ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ମୁଖ୍ୟ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର