ବାଂଶପାଳ : ବାଂଶପାଳ ବ୍ଲକ୍‌ ତରମାକାନ୍ତ ପଞ୍ଚାୟତ ଚମ୍ପାଝର ଗ୍ରାମରେ ଥିବା ମହାଦେବମୁଣ୍ଡ ଜଳପ୍ରପାତ ଓ ନିମାଇଝର ଜଳପ୍ରପାତର ହେବ ଉନ୍ନତୀକରଣ। ଏହି ଜଳପ୍ରପାତର ପାରିପାର୍ଶ୍ବିକ ବିକାଶ ହେଉନଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ। ଉଭୟ ସ୍ଥାନର ଉନ୍ନତୀକରଣ ପାଇଁ ବ୍ଲକ୍‌ ଅଧ୍ୟକ୍ଷ ମାନସ କୁମାର ଦେହୁରୀ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

Advertisment

ଆଜି ବ୍ଲକ୍‌ ଅଧ୍ୟକ୍ଷ ମାନସ କୁମାର ଦେହୁରୀ, ବିଜେପି ରେଞ୍ଜର ମାନସ କୁମାର ମୁର୍ମୁ, ଜିଲ୍ଲାପରିଷଦ ସଭ୍ୟା ଶାନ୍ତିଲତା ରଣା ପ୍ରମୁଖ ଜଳପ୍ରପାତ ନିକଟକୁ ଯାଇ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ କିପରି ଏହି ସ୍ଥାନର ବିକାଶ ହୋଇପାରିବ ସେନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଠାକୁ ଯିବାକୁ ପାଇଁ ଭଲ ରାସ୍ତା ନିର୍ମାଣ, ଜଳପ୍ରପାତକୁ ଓହ୍ଲାଇବା ପାଇଁ ପାହାଚ ନିର୍ମାଣ, ଝୁଲାପୋଲ, ଆଲୋକୀକରଣ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ରେଞ୍ଜର ମାନସ କୁମାର ମୁର୍ମୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ପଦ୍ମଲୋଚନ ଆରୁକ, ଟଙ୍କଧର ଖମଣିଆଁ, ଯୁବ ସାମ୍ବାଦିକ ପବିତ୍ର ପଲେଇ, ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।