ପୂଜାକୁ ପାଗ ଶୁଖିଲା, ବାକି ୪ ଦିନ ବି ବିଶେଷ ବର୍ଷା ନାହିଁ

ଭୁବନେଶ୍ବର : ଦୁଇ ବର୍ଷ ପ‌ରେ ଗଣେଶ ପୂଜା ଜାକଜମକରେ ପାଳନ ନେଇ ସବୁ ମହଲରେ ପ୍ରସ୍ତୁତି ଜୋର୍‌ ଧରିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଶୁଭ ସଙ୍କେତ ମିଳିଛି। ଚଳିତ ବର୍ଷ ପୂଜାରେ ରାଜ୍ୟରେ ବର୍ଷାର ବିଶେଷ ବର୍ଷାର ସମ୍ଭାବନା ନାହିଁ। ଏପରିକି ଅଗଷ୍ଟର ବାକି ୪ ଦିନ ବି ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀ ବାୟୁ ଜନିତ ନିମ୍ନଚାପରେଖା ଏବେ ଲଘୁଚାପବଳୟ ମଧ୍ୟ ଦେଇ ଦକ୍ଷିଣ-ପୂର୍ବ ପାକିସ୍ତାନ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ସିକର, ସୁଲ୍‌ତାନପୁର, ଦେହ୍‌ରି, ଦୀଘା ହୋଇ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ବିକ୍ଷିପ୍ତ ହାଲୁକା ବର୍ଷା ହେଉଛି। ଆସନ୍ତାକାଲି ସାରା ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହେବ। ବିଶେଷକରି ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏହାପରେ ରାଜ୍ୟରେ ପାଗ ଶୁଖିଲା ରହିବ। ଅଗଷ୍ଟ ଶେଷ ୪ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ବିଶେଷ ବର୍ଷା ହେବ ନାହିଁ।

ସମ୍ବନ୍ଧିତ ଖବର