ବାଲେଶ୍ୱର: ନିର୍ମାଣାଧୀନ ପାଚେରିକୁ ପଶ୍ଚିମବଙ୍ଗ ପ୍ରଶାସନ ଭାଙ୍ଗିଥିବାର ଖବର ମିଳିଛି। ୫୦ଫୁଟରୁ ଅଧିକ ଓଡ଼ିଶା ଭିତରକୁ ପଶ୍ଚିମବଙ୍ଗ ପ୍ରଶାସନ ଧସେଇ ପଶି ପାଚେରି ଗଢିବା ଘଟଣାର ଖବର ପ୍ରସାରଣ ହେବାପରେ ପାଚେରୀ ଭାଙ୍ଗି ଦେଇଛି ପଶ୍ଚିମବଙ୍ଗ ପ୍ରଶାସନ।

Advertisment

publive-image

ସୂଚନା ମୁତାବକ ଚଳିତ ମାସ ୭ ତାରିଖ ଦିନ ପଶ୍ଚିମବଙ୍ଗ ପ୍ରଶାସନ ଓଡିଶାର ଉଦୟପୁର ମନୋରମ ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇ ଓଡ଼ିଶା ଭିତରକୁ ପଶି ପାଚେରି ନିର୍ମାଣ କରୁଥିଲା, ଯାହାକୁ ନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହିତ ପ୍ରଶାସନକୁ ଅବଗତ କରିଥିଲେ। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ୧୪୪ ଧାରା ଲାଗୁ କରିଥିଲେ। ଗତ ୨୧ ତାରିଖ ଦିନ ୧୪୪ ଧାରାକୁ ଉଲ୍ଲଙ୍ଘନ କରି ପୁଣି ପାଚେରି ନିର୍ମାଣ କରିବାକୁ ଉଦ୍ୟମ ହୋଇଥିଲା। ତେବେ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ପଶ୍ଚିମବଙ୍ଗ ପ୍ରଶାସନକୁ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହିତ ପାଚେରି ଭାଙ୍ଗି ଦେବାକୁ ଚେତାବନୀ ଦେଇଥିଲା। ଏହାପରେ ରାତିଅଧିଆ ପଶ୍ଚିମବଙ୍ଗ ପ୍ରଶାସନ ନିର୍ମାଣାଧୀନ ପାଚେରିକୁ ଭାଙ୍ଗି ନେଇଛନ୍ତି।