ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଟାଂଗରପାଲି ପଞ୍ଚାୟତ ଜୁନାନୀ ଗାଁର ତଲିପଡ଼ାଠାରେ ସ୍ବାମୀର ଟାଂଗିଆ ମାଡ଼ରେ ପତ୍ନୀର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ସୀତୟା ନାୟକ (୩୬)। ଗୁରୁବାର ଦିନ ଗୋଟାଏ ବେଳେ ଏହି ଘଟଣା ଘଟିଛି।
ଶୀତୟା ଖଲିଦନା ତିଆରି କରୁଥିବାବେଳେ ସ୍ବାମୀ ଭାଗୀରଥି ସେଠାରେ ପହଂଚିଥିଲା। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଭାଗୀରଥି ଟାଂଗିଆରେ ସ୍ତ୍ରୀ ସୀତୟାଙ୍କୁ ହାଣି ପକାଇଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ଛାନ୍ଭିନ୍ ଆରମ୍ଭ କରିବା ସହ ଭାଗୀରଥିକୁ ଅଟକ ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/axe.jpg)