ସ୍ବାମୀ ଉପରେ ଗରମ ପାଣି ଢାଳିଦେଲା ସ୍ତ୍ରୀ

ଯାଜପୁରସଦର/ବିଂଝାରପୁର:ପାରିବାରିକ କଳହକୁ କେନ୍ଦ୍ରକରି ସ୍ଵାମୀଙ୍କ ଉପରେ ଗରମପାଣି ପକାଇଲା ପତ୍ନୀ। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଗ୍ରାମବାସୀ ସ୍ଵାମୀକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ପୁଲିସ ପହଞ୍ଚି ପତ୍ନୀଙ୍କୁ ଥାନାରେ ଅଟକ ରଖିଛି। ଆହତ ସ୍ବାମୀ ବିଂଝାରପୁର ଥାନା ଶାସନ୍ଦା ଗ୍ରାମର ସେକ ଆଲ୍ଲାଉଦ୍ଦିନ(୪୮)।

ସେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ତାଙ୍କ ପତ୍ନୀ ବିଳମ୍ଵିତ ରାତିରେ ଗରମପାଣି କରି ଆଲ୍ଲାଉଦ୍ଦିନଙ୍କ ଉପରେ ପକାଇଦେଇ ପଦାପଟୁ ଘର କବାଟ ବନ୍ଦକରି ଅନ୍ୟତ୍ର ଚାଲିଯାଇଥିଲେ। ଆଲ୍ଲାଉଦ୍ଦିନ ଚିତ୍କାର କରିଥିଲେ ମଧ୍ୟ ରାତି ହୋଇଥିବାରୁ କେହି ଶୁଣି ପାରିନଥିଲେ। ସକାଳେ ସେହି ରାସ୍ତାଦେଇ ଯାଉଥିବା ଗାଁ ଲୋକ ଆଲ୍ଲାଉଦ୍ଦିନଙ୍କ ଚିତ୍କାର ଶୁଣି କବାଟ ଖୋଲି ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗ‌େ ଡାକ୍ତରଖାନାକୁ ପଠାଇଥିଲେ। ଆଇଆଇସି ରଞ୍ଜିତ ମହାନ୍ତି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର