ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଜାମଦା ଗ୍ରାମର ଜଣେ ମହିଳାଙ୍କ ନିଆଁରେ ପୋଡିହୋଇ ମୃତ୍ୟୁ ହୋଇଛି । ଉକ୍ତ ଗ୍ରାମର ରାଜେନ୍ଦ୍ର ବାଗେଙ୍କ ସ୍ତ୍ରୀ ମୁକ୍ତା ବାଗେ(୫୦) ଚୁଲିରେ ଧାନ ସିଝାଉଥିବା ବେଳେ ଶାଢୀରେ ନିଆଁ ଲାଗିଯିବାରୁ ଦେହର ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିଲା ।
ତେବେ ପ୍ରଥମେ ତାଙ୍କୁ ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଜାମଦା ଥାନାଧିକାରୀ କୃଷ୍ଣଚନ୍ଦ୍ର ଯାନୀ ଖବର ପାଇ ଡାକ୍ତରଖାନାରେ ପହଂଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ଜାମଦା ଥାନାରେ ନଂ ୧୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।