ହରିଚନ୍ଦନପୁର: ହରିଚନ୍ଦନପୁର - ଭଗାମୁଣ୍ଡା ରାସ୍ତାର ତାଳଡ଼ିହି ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ଣରେ ବାଇକରୁ ଖସି ପଡି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଵାଲିବୋ ଗ୍ରାମର ବିଧାନ ଦାସଙ୍କ ପତ୍ନୀ ବୀଣାପାଣି ଦାସ (୪୫)ଙ୍କ ମୃତ୍ୟୁ ଘଟିଛି। ଶ୍ରୀମତୀ ଦାସ ତାଙ୍କ ଭାଇଙ୍କ ସହ ବାଇକରେ ଘଟଗାଁରୁ ଭୁବନ ଯାଉଥିବାବେଳେ ତାଳଡିହି ଗ୍ରାମ ନିକଟରେ ଦୁର୍ଘଟଣା ଘଟିଲା ।
ଚିକିତ୍ସା ପାଇଁ ତାଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/Hyderabad-Man-found-dead-in-house-in-Alwal.jpg)