ଜଗମୋହନପୁର: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ସରୁଆଳି ଗ୍ରାମର ତଳସାହିରେ ମୁକୁଳା ଡ୍ରେନ୍ରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଟୁଙ୍ଗୁରୁବାହାଳ ଗ୍ରାମ ଜୁଆଙ୍ଗସାହିର ଗଙ୍ଗା ଜୁଆଙ୍ଗ (୫୬)। ବୁଧବାର ଗଙ୍ଗା କାମ କରିବାକୁ ଝାରସୁଗୁଡ଼ା ଯାଇଥିଲେ। ସେଠାରେ ଠିକ୍ରେ କାମ ନ କରିପାରିବାରୁ ଘରକୁ ଫେରିଆସିଥିଲେ। ଗତକାଲି ରାତିରେ ସେ ଘରକୁ ଫେରିବା ବେଳେ ବାଟରେ ସରୁଆଳି ଗ୍ରାମ ତଳସାହିର ମୁକୁଳା ଡ୍ରେନ୍ରେ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ଡ୍ରେନ୍ ଭିତରେ ପଶି ଯାଇଥିବା ବେଳେ ଶରୀର ଉପରେ ରହିଥିଲା।
ରାତିସାରା ଏପରି ଅବସ୍ଥାରେ ରହିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଜି ସକାଳେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ତେଲକୋଇ ଥାନା ଅଧିକାରୀ ସାଇପ୍ରଭା ରାଉତ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ଡାକ୍ତରଖାନା ପଠାଇଛନ୍ତି। ମୃତ ଗଙ୍ଗା ଜୁଆଙ୍ଗ ତିନିଟି ପୁଅ ଓ ତିନିଟି ଝିଅ ଅଛନ୍ତି। ପୂର୍ବରୁ ତାଙ୍କ ପତ୍ନୀଙ୍କ ହୋଇସାରିଛି। ବାପାମା’ଙ୍କ ମୃତ୍ୟୁ ପରେ ଛଅଟି ଛୁଆ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/dead-2.jpg)