ମଥୁରାନଗରୀ: ଆଉ ଶୁଭିବନି ପ୍ରବଳ ପ୍ରତାପୀ କଂସ ମହାରାଜଙ୍କ ବିକଟାଳ ଅଟ୍ଟହାସ୍ୟ। ୧୧ ଦିନର କ˚ସରାଜରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବାବେଳେ ନିରବ, ନିସ୍ତବ୍ଧ ହୋଇଯାଇଛି ରଙ୍ଗମହଲ ଓ ରାଜଦରବାର। ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଛି। ସୋମବାର କ˚ସ ବଧ ସହ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶେଷ ହୋଇଛି। ଧନୁଯାତ୍ରାର ଶେଷ ଦିବସ ନାଟ୍ୟାଭିନୟକ୍ରମରେ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିବା ବେଳେ ଗୋବିନ୍ଦପାଲି ବିବେକାନନ୍ଦ ଛକଠାରେ ସ୍ବାଗତୋତ୍ସବ ହୋଇଥିଲା। ପରେ କୃଷ୍ଣ-ବଳରାମ ମଞ୍ଚରେ ପହଞ୍ଚି ଶିବଧନୁ ଭଙ୍ଗ କରିଥିଲେ। ଏହାପରେ ସେନାପତି ସାତ୍ୟକୀ ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାଗତ ହେବା ସହ ରାଜ ଦରବାରରେ ଥିବା ମହାରାଜା କଂସ ପାଖକୁ ନେଇଯାଇଥିଲେ। ମାତ୍ର କୁବଳୟା ହସ୍ତୀ ବାଟ ଓଗାଳିବାରୁ କୃଷ୍ଣ-ବଳରାମ ତାକୁ ବଧ କରିଥିଲେ। ପରେ ଘମାଘୋଟ ଯୁଦ୍ଧ ପରେ କୃଷ୍ଣ-ବଳରାମଙ୍କ ହାତରେ ଅଷ୍ଟମଲ୍ଲ ନିହତ ହୋଇଥିଲେ।
ଏହା ଜାଣି ବ୍ୟସ୍ତବିବ୍ରତ ହୋଇ ପଡ଼ିଥିଲେ ମହାରାଜ କ˚ସ। ଏତିକି ବେଳେ କୃଷ୍ଣ-ବଳରାମ ଉଠି ଆସିଥିଲେ ରାଜଦରବାର ଉପରକୁ। ସେମାନଙ୍କୁ ଦେଖି ମହାରାଜ କ˚ସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା। ସେ ନିଜକୁ ଅସହାୟ ମନେ କରିଥିଲେ। ସତେ କ’ଣ ଦୈବବାଣୀ ସତ ହେବ? ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ହାତରେ କ’ଣ ମୋର ବିନାଶ ଘଟିବ? ଏପରି ବିଚଳିତ ହୋଇଉଠୁଥିଲେ ମହାରାଜ। ତେବେ ଅସ୍ଥିର ଚିତ୍ତ ସତ୍ତ୍ବେ ନିଜକୁ ସମ୍ଭାଳି ଯୁଦ୍ଧ ଘୋଷଣା କରିଥିଲେ। ଆଉ ମାମୁ-ଭଣଜା ମହାସମରରେ ମାମୁ କ˚ସ ହୋଇଥିଲେ ଧରାଶାୟୀ। ଦରବାର ତଳକୁ ଗଡ଼ିପଡ଼ି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏହା ପରେ କୃଷ୍ଣ-ବଳରାମ ଉଗ୍ରସେନଙ୍କୁ ପାଛୋଟି ନେଇ ପୁଣିଥରେ ମଥୁରା ସି˚ହାସନରେ ବସାଇଥିଲେ। କ˚ସ ବଧ ପରେ ଆନନ୍ଦରେ ଉତ୍ଫୁଲ୍ଲିତ ମଥୁରାବାସୀ ଲଡୁ ବାଣ୍ଟି ଖାଇଥିଲେ। ଉଦ୍ଯାପନୀ ସଭାରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଯୋଗ ଦେଇ ମହୋତ୍ସବର ସଫଳତା ନିମନ୍ତେ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ଯୋଗ ଦେଇଥିଲେ। ସଂପାଦକ ସୁରେଶ୍ବର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଗଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/14/aQAQiQpw4d3ZXGmcn5ew.jpg)