ଭୁବନେଶ୍ୱର: କାହାଣୀ ବା ଉପନ୍ୟାସ ଲେଖିବା ପାଇଁ ଏକ ଭିନ୍ନ ବିଷୟ ବାଛିବା ଉଚିତ। ମୁଁ ସବୁବେଳେ ଭିନ୍ନ ବିଷୟବସ୍ତୁ ବାଛିବାକୁ ପସନ୍ଦ କରେ। ଲେଖକଟିଏ ଲେଖିବା ବେଳେ ନିଜ ଭାବନା ଓ ଖିଆଲକୁ ନେଇ ଲେଖିଚାଲେ। ଏହା ଉପରେ ଲେଖକର ବି ନିଜସ୍ବ ନିୟନ୍ତ୍ରଣ ନଥାଏ। ଲେଖାରେ ନିୟନ୍ତ୍ରଣ ରହିଲେ, ତାହା କାଳଜୟୀ ବଦଳରେ କ୍ଷୟମୁଖୀ ହୋଇଯାଏ। କିନ୍ତୁ, ଲେଖିବା ବେଳେ ଯଦି ବିସ୍ମୟର ଭିନ୍ନଭିନ୍ନ ଯୋଗସୂତ୍ର ସ୍ଥାପନ ହୁଏ, ସେ କୃତି କାଳଜୟୀ ହୋଇଯାଏ। ସ୍ବଲିଖିତ ବହୁଚର୍ଚ୍ଚିତ ଉପନ୍ୟାସ ‘ଦ ଏଜୁକେସନ୍ ଅଫ୍ ୟୁରି’ ସମ୍ପର୍କରେ ଆଲୋଚନା କରି ବିଶିଷ୍ଟ ଭାରତୀୟ ଇଂରାଜୀ ଔପନ୍ୟାସିକ ଜେରୀ ପିଣ୍ଟୋ ଆଜି ଏହା କହିଛନ୍ତି।
କବିତାକୁ ସାହିତ୍ୟର ଏକ ସହଜ ଓ ସରଳ ଦିଗ ଭାବେ ଅଧିକାଂଶ ସମୟରେ ବର୍ଣ୍ଣନା କରାଯାଉଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ। କବିତା ଓ କବିତାର ଶବ୍ଦମାଳା ଈଶ୍ବରଙ୍କ ଆର୍ଶୀବାଦସ୍ବରୂପ ଏବଂ କବିତା ଲେଖିବା ଏକ ସମୟସାପେକ୍ଷ ଓ ଭାଗ୍ୟର କଥା ବୋଲି ସେ କହିଥିଲେ। ଅଧିବେଶନକୁ ଉତ୍ସବର ନିର୍ଦ୍ଦେଶିକା ମାଳବିବା ବାନାର୍ଜୀ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/m8.jpg)