ହରିଣକୁ ପିଟିପିଟି ମାରି‌ଲେ, ଯୁବକ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଅନ୍ତର୍ଗତ କୁମୁଳାବାହାଳି ଗ୍ରାମକୁ ପଶି ଆସିଥିବା ହରିଣକୁ ଗ୍ରାମର କିଛି ଯୁବକ ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଭୋଜି କରିବା ଉଦ୍ଦେଶ୍ୟରେ ଯୁବକମାନେ ସଂଘବଦ୍ଧ ହରିଣଟିକୁ ମାରି ଦେଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଖବର ପାଇ ପାଟଣା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ଚଢ଼ଉ କରିଥିଲା।

ବନ ବିଭାଗ କର୍ମଚାରୀଙ୍କୁ ଦେଖି ସମ୍ପୃକ୍ତ ଯୁବକମାନେ ଫେରାର ହୋଇଯାଇଥିବା ବେଳେ ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲା କୁମୁଳାବାହାଳି ଗ୍ରାମର ଚିତ୍ତରଞ୍ଜନ ମହାନ୍ତ (୨୮)। ବନ କର୍ମଚାରୀ ହରିଣର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣା ବନ ବିଭାଗ କାର୍ଯ୍ୟାଳୟକୁ ଆଣିଥିବା ରେଞ୍ଜର ଟିକେଶ୍ୱର ମହାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର