ଭୁବନେଶ୍ୱର: ବିଧାନସଭା ଆଗରେ ହାତ କାଟିଲେ ଯୁବକ | ଏସସିବିରେ ଚିକିତ୍ସା ଅଭାବ ହେତୁ ଯୁବକଜଣକ ଏଭଳି କରିଥିବା ଜଣାପଡିଛି |
ସୂଚନା ମୁତାବକ, କଟକ ଏସସିବିରେ ଚିକିତ୍ସା ଅଭାବକୁ ନେଇ ବିରୋଧ କରିବା ସହ ନିଜ ହାତ କାଟିଦେଇଥିଲେ | ଏହା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ | ତେବେ ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧର କରି ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି କରାଯାଇଛି। ଯୁବକଜଣକ ଜଗତସିଂହପୁରର କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ଜଣାପଡିଛି।