ପାଣିରେ ବୁଡ଼ି ଯୁବକ ମୃତ

ବାମରା: ବାମରା ବ୍ଲକ ବାଉଁଶଲଗାରେ ମଙ୍ଗଳବାର ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ବାଉଁଶଲଗା ଭୂୟାଁପଡ଼ାର ସର୍ଜୁନ ନାଏକ (୫୨) ଆଜି ଅପରାହ୍ନ ପ୍ରାୟ ଦେଢ଼ଟା ବେଳେ ନିକଟସ୍ଥ ବଡ଼ ମୁଁଡ଼ା (ପୋଖରୀ)କୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ତାଙ୍କ ପୁଅ ଆଶିକ ନାଏକ (୩୦) ମଧ୍ୟ ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ।

ମାତ୍ର ସେଠାରେ ପହଞ୍ଚି ବାପା ପାଣିରେ ବୁଡ଼ି ଯାଉଥିବା ଦେଖି ତୁରନ୍ତ ପୋଖରୀ ଭିତରକୁ ଡେଇଁ ପଡ଼ି ସର୍ଜୁନଙ୍କୁ ହାତ ଧରି ଟାଣି ଟାଣି ବାହାରକୁ ଆଣିଥିଲେ। ମାତ୍ର ସେତେବେଳକୁ ସର୍ଜୁନଙ୍କ ମୃତ୍ୟୁ ହୋଇ ସାରିଥିଲା। ଏ  ନେଇ ସର୍ଜୁନଙ୍କ ବଡ଼ ଭାଇ ଅର୍ଜୁନ ନାଏକ ଗୋବିନ୍ଦପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗ ପାଇବା ପରେ ସନ୍ଧ୍ୟାରେ ଏସ୍‌ଆଇ ବାସୁଦେବ ସେଠ ଘଟଣା ସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଥିଲେ। ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର