ପ୍ରଶାସନର ଦାୟିତ୍ବହୀନତାରୁ ଯୁବକଙ୍କ ଜୀବନ ଗଲା!

ରାଜ୍ୟ ରାଜପଥରେ ମୃତଦେହ ରଖି ପ୍ରତିବାଦ

ବାଲେଶ୍ବର/ନୀଳଗିରି: ପ୍ରଶାସନର ଖାମଖିଆଲି ନୀତି ପାଇଁ ନୀଳଗିରିରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ହୋଇଛି। ଆଜି କ୍ଷତିପୂରଣ ଦାବିରେ ନୀଳଗିରି ବାଇପାସ୍ ଛକ ଠାରେ ଯୁବକଙ୍କ ମୃତଦେହ ରଖି ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କଲେ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସ ୩ ତାରିଖରେ ନୀଳଗିରି ତହସିଲ କାର୍ଯ୍ୟାଳୟ ନିକଟ ଦେଇ ଯାଇଥିବା ନୀଳଗିରି ଏନ୍‌ଏସିର ମୁଖ୍ୟରାସ୍ତା ପ୍ରଶସ୍ତୀକରଣ କାମ ପାଇଁ ବନ ବିଭାଗ ପକ୍ଷରୁ ରାସ୍ତାର ଦୁଇ ପା‌ର୍ଶ୍ବରେ କୌଣସି ଆବଦ୍ଧ ନକରି ଗଛ କଟାଯାଉଥିଲା। ଏହି ସମୟରେ ସ୍ଥାନୀୟ ବରିସାହି ଗ୍ରାମର ନୀଳକଣ୍ଠ ପୋଇଙ୍କ ପୁଅ ହରିହର(୨୧) ସେହିପଟେ ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଗଛ ଡାଳ ପଡ଼ିଯାଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିବା ବେଳେ ପ୍ରଥମେ ନୀଳଗିରି ହସ୍ପିଟାଲ ଏବଂ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ଏବଂ ପରେ  କଟକ ଏସସିବିକୁ ଅଣାଯାଇ ଚିକିତ୍ସା କରାଯାଉଥିଲା

ହେଲେ ଗତ ସୋମବାର ହରିହରଙ୍କର ମୃତ୍ୟୁ ହୋଇଯାଇଛି।  ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନର ଖାମଖିଆଲ ନୀତି ଯୋଗୁ ହରିହରଙ୍କ ଏଭଳି ଅବସ୍ଥା ହୋଇଥିଲେ ହେଁ ଚିକିତ୍ସା ଚାଲିଥିବା ବେଳେ କେହି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ କି ସହାୟତା ପାଇଁ ହାତ ବଢ଼ାଇ ନଥିଲେ। ପ୍ରଶାସନର ଖାମଖିଆଲ ନୀତି ପାଇଁ ଏଭଳି ଘଟଣା ଘଟିଥିଲା। କ୍ଷତିପୂରଣ ଦାବିରେ ମରଶରୀର ସେରଗଡ଼-ଉଦଳା ରାସ୍ତା ୧୯ନମ୍ବର ରାଜ୍ୟ ରାଜପଥ ନୀଳଗିରି ବାଇପାସ୍ ଛକଠାରେ ମଙ୍ଗଳବାର ପୂର୍ବାହ୍ନରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାସ୍ତା ଅବରୋଧ ସ୍ଥଳରେ ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିବାର ଓ ଦାବିଗୁଡ଼ିକ ବୁଝିବା ସହ ତାର ସମାଧାନ ପାଇଁ ରେଡ୍‌କ୍ରସରୁ ୧୦ ହଜାର ଓ ଏନ୍ଏସି ପକ୍ଷରୁ ଦୋକାନଘର, ବନ ବିଭାଗର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତ‌ା ଅବରୋଧ ହଟିଥିଲା।

ସମ୍ବନ୍ଧିତ ଖବର