ରାସ୍ତାରୁ ପାଇଥିବା ମନିପର୍ସ ଫେରାଇଲେ ଯୁବକ

ପଦ୍ମପୁର : ରାସ୍ତାରୁ ପାଇଥିବା ମନିପର୍ସକୁ ଫେରାଇ ମାନବିକତା ଦେଖାଇଛନ୍ତି ପଦ୍ମପୁର ଗ୍ରାମର ଯୁବକ ସତ୍ୟବ୍ରତ ସାହୁ। ସତ୍ୟବ୍ରତ ଗତକାଲି ମଧ୍ୟାହ୍ନ ୧୨ଟାବେଳେ ପୁଟୁଳିଆ ଆଡ଼କୁ ଯାଇଥିଲେ। ରାସ୍ତାରୁ ଏକ ମନିପର୍ସ ପାଇଥିଲେ। ପର୍ସ ଭିତରେ ୩ ହଜାର ୧୨୦ ଟଙ୍କା ଥିଲା।

ସତ୍ୟବ୍ରତ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ତାହା ଜଡ଼ିଚାତର ଗ୍ରାମର ରିଙ୍କିରାଣୀ ସୋରେନଙ୍କର ବୋଲି ଜଣାପଡ଼ିଥିଲା। ସେ ମନିପର୍ସଟିକୁ ପଦ୍ମପୁର ପଞ୍ଚାୟତର ସମିତିସଭ୍ୟ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ଜରିଆରେ ଉକ୍ତ ମହିଳାଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର