ହରିଚନ୍ଦନପୁର: ହରିଚନ୍ଦନପୁର ଥାନା ଅଞ୍ଚଳର ଜଣେ  କଲେଜ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିବା ଅଭିଯୋଗରେ  ଆଜି ପୁଲିସ ପିଟାପିଟି ଗ୍ରାମର ଭରତ ଚନ୍ଦ୍ର ସାହୁ (୨୬) କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଯୁବକ ଜଣକ ନାବାଳିକା ଛାତ୍ରୀକୁ ଏକ ତରଫା ପ୍ରେମ କରିବା ସହ ବିବାହ କରିବା ପାଇଁ କହିଥିବା ସମ୍ପର୍କରେ ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଥାନାର ଏସଆଇ ସୁରେଶ କୁମାର ମାଝି ୯୭/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି  କୋର୍ଟଚାଲାଣ କରିଛନ୍ତି।