ବସ୍ତା-୨/ଗାନ୍ଧିଛକ: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦରଡ଼ାର ଜଣେ ଯୁବକଙ୍କୁ ବିଷାକ୍ତ ଗୋଖର ସାପ କାମୁଡ଼ିବାରୁ ସେ ରାଗରେ ସାପଟିକୁ କାମୁଡ଼ି ମାରି ଦେଇଥିଲେ। ତା ପରେ ମଲାସାପକୁ ବେକରେ ପକାଇ ବଜାରରେ ବୁଲିଥିଲେ।
ସୂଚନା ଅନୁସାରେ, ଆଜି ଅପରାହ୍ନରେ ଦରଡ଼ା ଗ୍ରାମର ସଲିମ ନାମକ ଜଣେ ଯୁବକ ତାଙ୍କ ଚାଷଜମି ଦେଖିବାକୁ ଯାଇଥିଲେ। ବିଲ ହିଡ଼ରେ ତାଙ୍କୁ ଗୋଟିଏ ଗୋଖର ସାପ କାମୁଡ଼ି ଦେଇଥିଲା। ସେଠାରୁ ସାପଟିକୁ ଧରି ସଲିମ କାମୁଡ଼ି କାମୁଡ଼ି ମାରି ଦେଇଥିଲେ। ସେତିକିରେ କଥା ସରି ନଥିଲା। ମଲାସାପକୁ ବେକରେ ଗୁଡ଼ାଇ ସଲିମ ସ୍ଥାନୀୟ ବଜାରରେ ବୁଲିଥିବା ବେଳେ ଏଭଳି କାରନାମା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।
ସଲିମ ନିଜକୁ ତାନ୍ତ୍ରିକ କହିବା ସହ ଡାକ୍ତରଖାନା ନଯାଇ ନିଜେ ନିଜର ଝଡ଼ାଫୁଙ୍କା କରୁଥିବା ଦେଖାଯାଇଛି। ଏଭଳି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/16-5.jpg)