ଚିକିଟି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ପୁଲିସ ବୁଧବାର ରାତି ୯ଟାରେ ଜଣେ ଯୁବକ (୨୦)ଙ୍କୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିଛି।
୬ ଜଣ ଯୁବକ ତାଙ୍କୁ ଏକ କାର୍ରେ ଫିଲ୍ମ ଷ୍ଟାଇଲ୍ରେ ଅପହରଣ କରିନେଉଥିଲେ। ଲକ୍ଷ୍ମୀପୁର ଛକରେ କାର୍ ଭିତରୁ ‘ରକ୍ଷା କର’ ବୋଲି ଚିତ୍କାର ଶୁଭିବାରୁ କିଛି ଯୁବକ ବାଇକ୍ ଯୋଗେ କାର୍ର ପିଛା କରିଥିଲେ। ଏହାସହ ପୁଲିସକୁ ସୂଚନା ଦେଇଥିଲେ। ଚିକିଟି ଫାଣ୍ଡି ପୁଲିସ ପହଞ୍ଚିଥିବା ବେଳେ ୨୦ରୁ ଅଧିକ ବାଇକ୍ ଉକ୍ତ କାର୍ ପିଛା କରିଥିଲା। ତଥାପି କାର୍ଟି ଅଟକି ନଥିଲା।
ଶେଷରେ କେ.ନୂ୍ଆଗାଁ ଛକରେ କେ.ନୂଆଗାଁ ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଓ ତାଙ୍କ ଟିମ୍ କାର୍ଟିକୁ ଅଟକାଇବାରେ ସଫଳ ହୋଇଥିଲେ। ୪ ଜଣ ଅପହରଣକାରୀଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିବା ବେଳେ କାର୍ ଭିତରୁ କିଛି ମାରଣାସ୍ତ୍ର ବି ଜବତ ହୋଇଛି।