କଣ୍ଟାବାଞ୍ଜି: ଚାକିରି କରାଇଦେବା ନାଁରେ ବଙ୍ଗୋମୁଣ୍ଡା ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଲିଙ୍ଗରାଜ ଛତ୍ରିଆ (୨୮ବର୍ଷ) ନାମକ ଜଣେ ଯୁବକ ଜେଲ୍ ଯାଇଛନ୍ତି। ବଙ୍ଗୋମୁଣ୍ଡା ଅଞ୍ଚଳର କିଛି ଯୁବକଙ୍କୁ ଚାକିରି କରାଇ ଦେବା ଲୋଭ ଦେଖାଇଥିଲେ କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଚହକା ଗାଁର ଲିଙ୍ଗରାଜ।
ଏଥିପାଇଁ ସେମାନଙ୍କଠାରୁ ସେ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ। ଏନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଥାନା କେସ୍ ନଂ ୧୮୫/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଶନିବାର ଲିଙ୍ଗରାଜଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ପ୍ରଣୟ ମୁର୍ମୁ କହିଛନ୍ତି।