ସରପଞ୍ଚଙ୍କ ନାମରେ ଚୋରି ଅଭି‌ଯୋଗ

ବରପାଲି: ବରପାଲି ବ୍ଲକ୍‌ କୁମ୍ଭାରୀ ପଞ୍ଚାୟତ ଅଫିସ୍‌ର ଗୋଟିଏ ପୁରୁଣା ଟ୍ରେଜେରି ଓ ଡିଜେଲ ରାଇସ୍‌ ହଲରକୁ ଦିନ ଦ୍ୱିପହରରେ ସରପଞ୍ଚ ବସନ୍ତ ମହାନନ୍ଦ ତାଙ୍କ ସମର୍ଥକଙ୍କ ସହାୟତାରେ ମେସିନ୍‌ କଟରରେ କାଟି ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଉପସ୍ଥିତିରେ ଏହି ସବୁ ଘଟଣା ହୋଇଥିବା ପଞ୍ଚାୟତ ଅଫିସରେ କାର୍ଯ୍ୟରତ ପିଅନ ଅଶ୍ବିନୀ ହାତୀ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟ କରିବା ପୂର୍ବରୁ ସରପଞ୍ଚ ଶ୍ରୀ ମହାନନ୍ଦ ପିଅନଙ୍କୁ ବାହାର ଗେଟ୍‌ରେ ତାଲା ମାରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ନାଏବ ସରପଞ୍ଚଙ୍କ ସମେତ ୱାର୍ଡମେମ୍ବର ଏନେଇ ବରପାଲି ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ବିଡିଓଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଲିଖିତ ଭାବରେ ଜଣାଇଛନ୍ତି। ଘଟଣାର ସତ୍ୟତା ଉପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ କହିଛି। ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତର ଦାୟିତ୍ବ ସରପଞ୍ଚଙ୍କୁ ପ୍ରଦାନ କରୁଥିବା ବେଳେ କେତେକ ସରପଞ୍ଚ ଏହାର ଫାଇଦା ଉଠାଉଥିବା ଜଣାପଡ଼ିଛି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର