ହାତୀବାରୀ ଲ୍ୟାମ୍ପସରୁ ୩ ଲକ୍ଷ ୬୧ ହଜାର ଟଙ୍କା ଚୋରି, ୨ ଅଟକ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ସୋରଡ଼ା ହାତୀବାରୀ ଲ୍ୟାମ୍ପସରୁ ଚୋରି ହୋଇଛି l ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଲ୍ୟାମ୍ପସର ଗେଟ ଭାଙ୍ଗି ଭିତରକୁ ପଶିଥିଲେ l ପରେ ଅଫିସ ଭିତରେ ଥିବା ଆଲମିରା ଭାଙ୍ଗି ୩ ଲକ୍ଷ ୬୧ ହଜାର ଟଙ୍କା ଚୋରି କରି ଫେରାର ହୋଇଯାଇଛନ୍ତି l

ଆଜି ସକାଳେ ଲ୍ୟାମ୍ପସର ପରିଚାଳନା ନିର୍ଦେଶିକା ପ୍ରିୟଙ୍କା ସାହୁ ଅଫିସ ଆଲମିରା ଭଙ୍ଗା ଯାଇଥିବା ଦେଖି ବିଶ୍ରା ଥାନାକୁ ସୂଚନା ଦେଇଥିଲେ l ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସ୍ଥାନୀୟ ଅଞ୍ଚଳର ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି l ଉଭୟଙ୍କୁ ଏହି ଘଟଣା ସଂପର୍କରେ ପୁଲିସ୍ ପଚରାଉଚରା କରୁଥିବାର ସୂଚନା ମିଳିଛି।

ଚୋରି ଘଟଣାରେ ପଡ଼ୋଶୀ ଝାଡ଼ଖଣ୍ଡ ଅପରାଧୀଙ୍କ ହାତ ଥିବା ସନ୍ଦେହ କରାଯାଉଛି l ଏନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର