ଘଟଗାଁ: ଘଟଗାଁ ବ୍ଲକ୍ ତରା ଗ୍ରାମର ଭାଗବତ ଟୁଙ୍ଗିରୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦାନବାକ୍ସ ନେଇଯାଇଛି। ଗତକାଲି ପୂର୍ଣ୍ଣିମା ଥିବାରୁ ଭାଗବତ ଟୁଙ୍ଗିରେ ପୂଜାର୍ଚ୍ଚନା ଓ ସତ୍ସଙ୍ଗ କରାଯାଇଥିଲା। ପୂଜା ପରେ ଭାଗବତ ଟୁଙ୍ଗିର ଅଧ୍ୟକ୍ଷ ବୈଦ୍ୟନାଥ ପଣ୍ତା ସେଠାରେ ରାତିରେ ଶୋଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ଶୋଇବା ଘର ବାହାରପଟୁ ଶିକୁଳି ଲଗାଇ ଦାନବାକ୍ସ ନେଇ ପଳାଇ ଯାଇଥିଲେ।
ଆଜି ସକାଳୁ କବାଟ ନ ଖୋଲିବାରୁ ଶ୍ରୀ ପଣ୍ଡା ଫୋନ୍ କରି ଲୋକଙ୍କୁ ଜଣାଇଥିଲେ। ଲୋକେ ଆସି କବାଟ ଖୋଲିବା ସହ ଭାଗବତ ଟୁଙ୍ଗିର ଦାନବାକ୍ସ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଦାନବାକ୍ସ ଭାଙ୍ଗି ନିକଟରେ ଥିବା ପୋଖରୀ ହୁଡ଼ାରେ ପକାଇବା ସହ ସେଥିରୁ ଟଙ୍କା ନେଇ ପଳାଇଛନ୍ତି। ଖବର ପାଇ ଘଟଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଭାଗବତ ଟୁଙ୍ଗି ସମେତ ପାଖରେ ଥିବା ଦୁଇଟି ଦୋକାନରୁ ମଧ୍ୟ ଗତକାଲି ରାତିରେ ଚୋରି ହୋଇଥିବା ଜଣାପଡ଼ିଛି।