ଆନନ୍ଦପୁର : ଘସିପୁରା ଥାନା ଶାଳପଡ଼ା କୈବଲ୍ୟ କଲୋନିରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଗତକାଲି ରାତିରେ କଲୋନିର ସୁଧାଂଶୁ ଶେଖର ଶତପଥୀଙ୍କ ଘରେ ପଶି ଆଲମିରା ଭାଙ୍ଗି ୧୦ ହଜାର ଟଙ୍କା ସହ କିଛି ସୁନା ଅଳଙ୍କାର ଚୋରି କରିଛନ୍ତି। ଶ୍ରୀ ଶତପଥୀଙ୍କ ପରିବାର ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଛନ୍ତି।

Advertisment

ଏନେଇ ସେ ଘସିପୁରା ଥାନାରେ ଏତଲା ଦେଇଛନ୍ତି। ୩୦ ତାରିଖରେ ଏହି କଲୋନିର ଅବସରପ୍ରାପ୍ତ କୃଷି ଅଧିକାରୀ ଶତ୍ରୁଘ୍ନ ପତିଙ୍କ ଘରୁ ମଧ୍ୟ ଚୋରି ହୋଇଥିଲା। ସହର ସାରା ସିସିଟିଭି ଲାଗିଥିବା ‌ବେଳେ ଘସିପୁରା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରି ବଢ଼ିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।