ବୁର୍ଲା: ସୋମବାର ଦିନ ବିଳମ୍ବିତ ରାତିରେ ସଦେଇପାଲି ଅଞ୍ଚଳରେ ଥିବା ଏକ ଟେଣ୍ଟ ହାଉସ୍ ଗୋଦମରୁ ପ୍ରାୟ ୨୦ ହଜାର ଟଙ୍କାର ସାମଗ୍ରୀ ଚୋରି ହୋଇଛି। ଟେଣ୍ଟ ହାଉସ୍ ମାଲିକ ପ୍ରଭାସ ପୃଷେଠଙ୍କ ଅଭିଯୋଗ ପରେ ପୁଲିସ୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Advertisment

ଅପରପକ୍ଷରେ ଅଭିଯୁକ୍ତମାନେ ଚୋରି ସାମଗ୍ରୀ ସହରର ଏକ କବାଡ଼ି ଦୋକାନରେ ବିକ୍ରି କରିଥିବା ପୁଲିସ୍ ଖବର ପାଇ ଉକ୍ତ କବାଡ଼ି ଦୋକାନରେ ଚଢ଼ଉ କରିଛି। ସେଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି।