ବରିଷ୍ଠ ନାଗରିକଙ୍କ ଘରୁ ଚୋରି, ଥାନାରେ ମାମଲା

ନଠୁଆବର : ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୁଆଖିଆ ଥାନା ଅନ୍ତର୍ଗତ ବଡ଼କଇଞ୍ଚି ପଞ୍ଚାୟତ ବାଲିସାହି ଗ୍ରାମର ବରିଷ୍ଠ ନାଗରିକ ଦଶରଥ ସାହୁଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରମାନେ ଘରେ ପଶି ସୁନାଗହଣା ଓ ନଗଦ ୫୦ ହଜାର ଟଙ୍କା ଚୋରି କରିନେଇଥିବା ଶ୍ରୀ ସାହୁ ବୁଧବାର ଥାନାରେ ଅଭିଯୋଗ କରିଛନ୍ତି। ଥାନା କେସ୍‌ ନମ୍ବର ୨୩୬/୨୧ରେ ଏନେଇ ଏକ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ, ପରିବାର ଲୋକମାନେ ଶୋଇବାକୁ ଯିବାବେଳେ ଘରର ଆଗ ଫାଟକ ବନ୍ଦ କରିବାକୁ ଭୁଲିଯାଇଥିଲେ। ଏହି ସୁଯୋଗରେ ଚୋରମାନେ ଘରେ ପଶି ଶୋଇବା ଘରେ ଥିବା ଆଲମିରାରୁ ସୁନାଗହଣା ଓ ନଗଦ ଟଙ୍କା ଚୋରି କରି ନେଇଥିଲେ। ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ନେଇଯାଇଥିବା ବେଳେ ଘର ଠାରୁ କିଛି ଦୂରରେ ସେଗୁଡ଼ିକର ଖୋଳ ଫିଙ୍ଗି ଦେଇଯାଇଥିଲେ। ବୁଧବାର ସକାଳୁ ପରିବାର ଲୋକେ ଏହା ଦେଖିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରୁଥିଲେ ମଧ୍ୟ ଚୋରମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର