ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ଖଜୁରିପୁର ଗ୍ରାମର ନବଘନ ମଳିକଙ୍କ ଘର ଓ ଅକ୍ଷୟ କୁମାର ସ୍ବାଇଁଙ୍କ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଚୋରି ହୋଇଛି। ନବଘନଙ୍କ ଘର ମୁଖ୍ୟ କବାଟ ଭାଙ୍ଗି ନଗଦ ୧୧ ହଜାର ଟଙ୍କା, ସୁନା କାନଫୁଲ ହଳେ, ନାକଫୁଲ, ମଙ୍ଗଳସୂତ୍ର, ୨ଟି ସ୍ମାର୍ଟଫୋନ, ଲୁଗାପଟା ଚୋରି ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି।
ନବଘନଙ୍କ ଘର ନିକଟରେ ଥିବା ଅକ୍ଷୟ କୁମାର ସ୍ବାଇଁଙ୍କ ଭେରାଇଟି ଷ୍ଟୋରରୁ ଦୁର୍ବୃତ୍ତମାନେ ବହୁ ସାମଗ୍ରୀ ସହ ଡ୍ର’ରେ ଥିବା ନଗଦ ତିନି ହଜାର ଟଙ୍କା ଚୋରି ହୋଇଛି। ପାଣିକୋଇଲି ଥାନା ଏଏସଆଇ ସୁଜିତ କୁମାର ମଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/23-17.jpg)